ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ନିକଟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ପରେ ବିଜେପିକୁ ଶକ୍ତ ଝଟକା ଲାଗିଛି । ହୁଏତ ୨୦୧୯ ରେ ହେବାକୁ ଥିବା ଲୋକସଭା ନିର୍ବଚନା ରେ ବିରୋଧୀ ଦଳ କଡା ଟକ୍କର ଦେବେ ବୋଲି ଜଣାପଡିଛି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ହିସାବରେ ନରେନ୍ଦ୍ର ମୋଦିଙ୍କୁ କେହି ମୁକାବିଲା କରିପାରିବେ ନାହିଁ ବୋଲି ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମତବ୍ୟକ୍ତ କରିଛନ୍ତି ।
ମିଡିଆ ରିପୋର୍ଟ ମୂତାବକ,ବିଜେପିର ଅନୁସାରସତ୍ତାରୁଢ ଯୁବ ଶାଖା ଭାରତୀୟ ଜନତା ଯୁବ ମୋର୍ଚ୍ଚା (ଭାଜୟୁମୋ)ର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋର୍ଦ୍ଧିତ କରି ସେ କହିଛନ୍ତି କି, ଭାଜୟୁମୋକୁ ସୁନିଶ୍ଚିତ କରିବା ଦରକାର କି ପ୍ରଧାନମନ୍ତ୍ରୀଙ୍କ ‘ଗତିଶୀଳ ଏବଂ ଯୋଗ୍ୟ ନେତୃତ୍ୱ’ ରେ ପାର୍ଟି ଯେପରି ପୁଣି ସରକାର ଗଠନ କରୁ ।
ଭାଜୟୁମୋ ର ଏକ ବୟାନ ଅନୁଯାୟୀ ଜେଟଲୀ କହିଛନ୍ତି କି, ‘ବର୍ତ୍ତମାନ ରାଜନୈତିକ ପରିଦୃଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ହିସାବରେ ନରେନ୍ଦ୍ର ମୋଦିଙ୍କ ତୁଳାନାରେ କେହି ବି ନାହାଁନ୍ତି ଯିଏ ଭାରତକୁ ବିକାଶ ପଥରେ ନେଇ ଆଗକୁ ମାଡିଚାଲିଛନ୍ତି’ ।