ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏବର୍ଷ ବିନା ପରୀକ୍ଷାରେ ପ୍ରଥମ ରୁ ଅଷ୍ଟମ ଛାତ୍ରଛାତ୍ରୀ ପାସ୍ ହେବେ । ପିଲାଙ୍କର ବାର୍ଷିକ ପରୀକ୍ଷା କରାଯାଇ ଛାତ୍ରଉାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ ।କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
୨୦୨୦-୨୧ ଶିକ୍ଷାବର୍ଷରେ ପଢୁଥିବା ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାମାନେ ଏପର୍ଯ୍ୟନ୍ତ ବିଦ୍ୟାଳୟ ଯାଇନାହାନ୍ତି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ ହୋଇଥିବା ବେଳେ ପ୍ରଥମ ରୁ ଅଷ୍ଟମ ପିଲାମାନେ କ୍ଲାସ ଆସିନାହାନ୍ତି ।
ମହାରାଷ୍ଟ୍ର,ଗୁଜୁରାଟ,ଛତିଶଗଡ, ସମେତ ରାଜ୍ୟରେ ନୂଆ ଷ୍ଟ୍ରେନ୍ ଚିହ୍ନିଟ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଥିଲା । ମାର୍ଚ୍ଚ ମାସରେ ବିଦ୍ୟାଳୟ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ କରୋନାର ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି କୈାଣସି ନିଷ୍ପତ୍ତି ନିଆଯାଇନାହିଁ ।