ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ଆଉ ଆରଟିଓ ଅଫିସରେ ଲମ୍ବାଧାଡିରେ ଛିଡା ହେବାର ଚିନ୍ତା ରହିବ ନାହିଁ । ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ହେଉ ଅବା ଅନ୍ୟ କୌଣସି କାମ ପାଇଁ ଯଦି ଆପଣ ଆରଟିଓ ଅଫିସ ଯାଆନ୍ତି ତେବେ ଆଉ ଲମ୍ବା ଧାରିରେ ଛିଡା ହେବାକୁ ପଡିବ ନାହିଁ । ଏଣିକି ଲୋକେ ସ୍ମାର୍ଟ ଧାଡିରେ ଛିଡା ହେବେ । ଏନେଇ ରାଜ୍ୟ ପରିବହନ ବିଭାଗ ଏକ ପଦକ୍ଷେପ ଗ୍ରହଣ କରିଛି ।
ସହଜ ଏବଂ ସଅଳ କାମ ପାଇଁ ଲୋକଙ୍କୁ ସ୍ମାର୍ଟ ଧାଡିରେ ଛିଡା କରାଇବାର ଯୋଜନା ରାଜ୍ୟ ପରିବହନ ବିଭାଗ କରିଛି । ଏଥିପାଇଁ ନେସନାଲ ସ୍ମଲ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ରାଜ୍ୟ ପରିବହନ ବିଭାଗ ଏଭଳି ନିଷ୍ପତି ନେଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ପୁରୀ, କଟକ, ଭୁବନେଶ୍ୱର-୧, ଅନୁଗୁଳ ଏବଂ ବାଲେଶ୍ୱରରେ ଏହି ସୁବିଧା ଆରମ୍ଭ କରାଯିବ । ଆରଟିଓ ଅଫିସରେ କାମ ଥିଲେ ଏଣିକି ଅନଲାଇନ୍ ରେ ଗୋଟେ ସ୍ଲଟ ବୁକିଂ କରିପାରିବେ ।