ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଗକୁ ଆସୁଛି ହୋଲି । ଆସନ୍ତା ୨୮ ଓ ୨୯ ରେ ରଙ୍ଗର ପର୍ବ ହୋଲି ପାଳନ ହେବ । ଦେଶରେ ଚଳିତ ବର୍ଷ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ରାଜ୍ୟରେ ହୋଲି ଖେଳ ନେଇ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ହୋଲି ପାଳନ ହେଲେ ଅଧିକ ଲେଶକ ଏକାଠି ହେବାର ଆଶଙ୍କା ରହିଛି ।
ପ୍ରତ୍ୟେକ ରାଜ୍ୟରେ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ଏହାସହ ଦୋଳ ମେଲଣ ନପାଇଁ ମଧ୍ୟ ରାଜ୍ୟ ସରକାର ମନା କରିଛନ୍ତି । ଦୋଳଯାତ୍ରା ପାଳନ କରିବାର ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ । ଏହା ବ୍ୟତୀତ ସର୍ବସାଧାରଣରେ କୈାଣସି ପର୍ବ ପାଳନ ହେବନି ବୋଲି କୁହାଯାଇଛି । ଏହା ବ୍ୟତୀତ ହୋଲି ଓ ଦୋଳରେ ପ୍ରବଳ ଲୋକଙ୍କ ସମାଗମ ହୋଇଥାଏ ।ତେଣୁ ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ କହିବା ପରେ ରାଜ୍ର ସରକାର ଏହା ଉପରେ କଟକଣା ଲଗାଇଛନ୍ତି ।
ଅନାବଶ୍ୟକ ଗହଳି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ କର୍ମଚାରୀମାନେ ନିୟମିତ ୨୦ ସେକେଣ୍ଡ ହାତ ଧୋଇବାକୁ କୁହାଯାଇଛି । ଆଗକୁ ଆସୁଥିବା ପର୍ବପର୍ବାଣୀରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଥିପାଇଁ ସତର୍କ ରହିବା ପାଇଁ ସୂଚନା ଦେଇଛନ୍ତି ।