ଭୁବନେଶ୍ୱର(ଏଟିଆର ବ୍ୟୁରୋ):ସାରା ବିଶ୍ୱରେ କରୋନା ଭାଇରସର ଭୟ ବର୍ତ୍ତମାନ ସୁର୍ଦ୍ଦା ସମସ୍ତଙ୍କ ମନରୁ ଲିଭି ନାହିଁ । ଏହି ମହାମାରୀ କୁ ରୋକିବା ପାଇଁ ଟିକାର ଆବଶ୍ୟକତା ରହିଛି । ଏହି ଟିକା ନେବା ପରେ ଆଉ ହସ୍ପିଟାଲ କୁ ଯିବାର ଆବଶ୍ୟକତା ନାହିଁ । ଟିକା ପ୍ରସ୍ତୁତ କରୁଥିବା ସିରମ ଇନଷ୍ଟୁଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନୱାଲା ଶନିବାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାର ନାମ କୋଭିଶିଲ୍ଡ ରହିଛି । ସେହିପରି ଭାଇରସ ର ପ୍ରଭାବ ୬୦ ପ୍ରତିଶତ ପ୍ରଭାବୀ ହେବ । କୋଭିଶିଲ୍ଡର ପରୀକ୍ଷା ହେବା ବେଳେ ଏହିସବୁ ପରିମାଣ ଆସିଛି ବୋଲି କମ୍ପାନୀର ସିଇଓ ସୂଚନା ଦେଇଛନ୍ତି ।ଏହି ଟିକା ସହ ଜଡ଼ିତ ସମସ୍ତ ସୁଚନା ପ୍ରଧମ୍ମନ୍ତ୍ରୀଙ୍କୁ ଦିଆଯଇଛି ।
ଶନିବାର ମୋଦି ସେରମ ଲାବରେଟୋରି ପରିଦର୍ଶନ କରି ଆସିବା ପରେ ପୁନୱାଲା ଏହା କହିଛନ୍ତି । ୨୦୨୧ ଜୁଲାଇ ସୁଦ୍ଧା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ୩୦୦ ରୁ ୪୦୦ ନିୟୁତ ଡ଼ୋଜ ନେଇ ବିଚାର ଚାଲୁଥିବା ଜଣାପଡ଼ିଛି ।