ପୁରୀ (ଏଟିଆର ବ୍ୟୁରୋ):ଶ୍ରୀକ୍ଷେତ୍ରରୁ ରଣକ୍ଷେତ୍ର ପାଲଟି ଥିବା ପୁରୀ ସହରକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ପୋଲିସ ପ୍ରବେଶକୁ ନେଇ ଆଜି ସୁପ୍ରିମ୍ କୋର୍ଟରେ ଏକ ନିଷ୍ପତି ନିଆଯାଇଛି । ଏଣିକି କୌଣସି ପୋଲିସ ଅଧିକାରୀ ଜୋତା ପିନ୍ଧି କିମ୍ବା ଅସ୍ତ୍ରଶସ୍ତ୍ର ନେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ । ଗତ ଅକ୍ଟୋବର ୩ ତାରିଖରେ ଧାଡି ଦର୍ଶନକୁ ବିରୋଧ କରି ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରାରେ ପୁରୀ ସହରରେ ତୁମୁଳକାଣ୍ଡ ଘଟିଥିଲା । ଏଥିରେ ଆନ୍ଦୋଳନକାରୀ ଏବଂ ପୋଲିସ ମୁହାଁ ମୁହିଁ ହୋଇଥିଲେ ।
ଘଟଣାରେ ପ୍ରଶାସନର ବ୍ୟାପକ କ୍ଷୟ କ୍ଷତି ଘଟିଥିଲା ଏବଂ କିଛି ପୋଲିସ ଆହତ ହୋଇଥିଲେ । ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ପରେ ଏପର୍ଯ୍ୟନ୍ତ ୪୭ ଜଣ ଲୋକ ଗିରଫ ହୋଇସାରିଲେଣି ।