ଉତ୍ତରପ୍ରଦେଶ( ଏଟିଆର ବ୍ୟୁରୋ ) ; ଉତ୍ତରପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ରିତା ବହୁଗୁଣା ଯୋଶୀ ବିରୋଧରେ ଜାମିନ ବିହୀନ ପରୱାନା ଜାରୀ କରିଛନ୍ତି ଆଲ୍ହାବାଦ ସ୍ପେସାଲ କୋର୍ଟ ।
୨୦୧୦ରେ ଘଟିଥିବା ଏକ ଅପରାଧିକ ମାମଲାରେ ଯୋଶୀଙ୍କୁ ବାରମ୍ବାର ନୋଟିସ ପଠାଯାଇଥିଲେ ସୁଦ୍ଧା ସେ କୋର୍ଟ ରେ ହାଜର ହୋଇ ନ ଥିଲେ । ଏଣୁ ବାଧ୍ୟ ହୋଇ କୋର୍ଟ ତାଙ୍କ ବିରୁଦ୍ଧରେ ଜାମିନ ବିହୀନ ପରୱାନା ଜାରି କରିଛନ୍ତି ।
କୋର୍ଟ ଶେଷ ଥର ପାଇଁ ତାଙ୍କୁ ଅକ୍ଟୋବର ୩୧ ତାରିଖ ସୁଧା ଥାନାରେ ହାଜର ହେବାପାଇଁ ନିର୍ଦେଶ ଦେଇଛନ୍ତି ନଚେତ ତାଙ୍କୁ ପୋଲିସ ଗିରଫ କରିବ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି ।
ସୂଚନାଯେଗ୍ୟଯେ, ଯୋଶୀ ୨୦୧୦ ମସିହାରେ ଧାରା ୧୪୪ କୁ ଉଲଙ୍ଘନ କରି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷୈା ଠାରେ ଏକ ବିଶାଳ ରାଲି କରବା ସହ ରାଜ୍ୟ ବିଧାନ ସଭାକୁ ଘେରାଉ କରିଥିଲେ । ଏଥିପାଇଁ ଥାନାରେ ତାଙ୍କ ବିରୁଦ୍ଧରେ ଥାନାରେ ମାମଲା ହୋଇଥିଲା ।
ଯୋଶୀ ୨୦୧୦ ମସିହାରେ ଉତ୍ତରପ୍ରଦେଶ ରାଜ୍ୟ କଂଗ୍ରେସର ସଭାପତି ଥିଲେ । କିନ୍ତୁ ଏବେ ସେ କଂଗ୍ରେସ ଛାଡି ବିଜେପି ରେ ଯୋଗ ଦେଇଛନ୍ତି ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024