ଭୁବନେଶ୍ୱର(ଏଟିଆର ବ୍ୟୁରୋ):ବଦଳିଲା କର୍ମଚାରୀମାନଙ୍କର କାମ କରିବାର ସମୟ ସୀମା । ଏଣିକି କର୍ମଚାରୀମାନେ ୮ ଘଣ୍ଟା ପରିବର୍ତ୍ତେ ୧୨ ଘଣ୍ଟା କାମ କରିବେ ।ଏନେଇ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ପକ୍ଷରୁ ସଂସଦରେ ପାରିତ ଏକ ପ୍ରସ୍ତାବ ଦିଆଯାଇଛି । କର୍ମଚାରୀ ତଥା ଶ୍ରମିକଙ୍କୁ ଦିନକୁ ସର୍ବାଧିକ ୧୨ ଘଣ୍ଟା କାମ କରିବା ନେଇ ପ୍ରସ୍ତାବ ରେ ଉଲ୍ଲେଖ କରାଯାଇଛି ।
କୈାଣସି ସଂସ୍ଥା ବା ଶ୍ରମିକ କର୍ମଚାରୀଙ୍କୁ ଗୋଟେ ସପ୍ତାହରେ ୪୮ଘଣ୍ଟାରୁ ଅଧିକ ସମୟ କାମ କରିବାକୁ ଦିଆଯିବ ନାହିଁ ବୋଲି ଅନୁମତି ଦିଆଯିବ । ଏବଂ କୈାଣସି ବି କର୍ମଚାରୀ ଅଧଘଣ୍ଟା ର ବିଶ୍ରାମ ବିନା ୫ ଘଣ୍ଟାରୁ ଅଧିକ ସମୟ ଲଗାତାର ଭାବେ କାର୍ଯ୍ୟକରିବେ ନାହିଁ ।ସେହିପରି ସପ୍ତାହିକ ହିସାବରେ ଦୈନିକ କାମ କରିବାର ସିମା ଏଭଳି ଧାର୍ଯ୍ୟ ହେବା ଦରକାର କି ପୁରା ସପ୍ତାହର କାର୍ଯ୍ୟ ର ଅବଧି ଯେଭଳି ୪୮ ଘଣ୍ଟାରୁ ଅଧିକ ହେବ ନାହିଁ ।
୨୦୨୦ ନିୟମ ଆଧାରେରେ ମନ୍ତ୍ରାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ଅବସ୍ଥା ତଥା ଓଏସଏଚ କୋଡ଼ ଆଧାରରେ ଏହି ପ୍ରସ୍ତାବ ସଂସଦରେ ଉପସ୍ଥାପନ କରାଯାଇଛି । ଓଏସଏଚ ନିୟମ ଅନୁସାରେ, କୌଣସି ବି ଦିନର ଓଭରଟାଇମ ଗଣତି ବେଳେ ୧୫ରୁ ୩୦ ମିନିଟର ସମୟକୁ ଏବେ ୩୦ ମିନିଟ୍ ହିଁ ହିସାବ କରାଯିବ । ଅର୍ଥାତ୍ ୩୦ ମିନିଟରୁ କମ ସମୟ ଏବେ ଓଭରଟାଇମ ଭାବେ ବିବେଚିତ ହେବ ନାହିଁ ।