ମୁମ୍ବାଇ(ଏଟିଆର ବ୍ୟୁରୋ):ସିବିଆଇ ଦ୍ୱାରା ସୁଶାନ୍ତ ସିଂ ରାଜପୁତ ମାମଲାର ଜାଞ୍ଜ କରାଯାଉଛି। ଅନ୍ୟପକ୍ଷରେ, ସୁଶାନ୍ତଙ୍କ ହତ୍ୟା ସହ ଜଡିତ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳି ନାହିଁ। ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲ୍ୟାବ(CFSL) ଜାଣିବାକୁ ପାଇଲା ଯେ ସୁଶାନ୍ତ ଫାଶୀ ଦେଇ ମୃତ୍ୟୁ ବରଣ କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ସିନକୁ ରିକ୍ରିଏଟ କରାଯାଇଥିଲା । ଏହା ପରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ସମ୍ପୂର୍ଣ୍ଣ ଫାଶୀ ବୋଲି ଅସ୍ୱୀକାର କରିଛି ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲ୍ୟାବ । ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲ୍ୟାବ ରିପୋର୍ଟ ଅନୁସାରେ ସୁଶାନ୍ତ ନିଜର ଦୁଇ ହାତ ବ୍ୟବହ।।ର କରି ଫାସି ଲଗାଇଥିଲେ ।
CFSL ଏହାର ଅନୁସନ୍ଧାନର ଏହି ରିପୋର୍ଟକୁ ସିବିଆଇ ଦଳକୁ ଦାଖଲ କରିଛି । ଏହି ରିପୋର୍ଟରେ ସୁଶାନ୍ତଙ୍କ ମୃତ୍ୟୁକୁ’ଆଂଶିକ ଫାଶୀ’ବା ସମ୍ପୁର୍ଣ୍ଣ ଫାଶୀ କୁହାଯିବ ନାହିଁ । ଏହାର ଅର୍ଥ ତାଙ୍କ ପାଦ ସଂପୂର୍ଣ୍ଣ ବାୟୁରେ ନଥିଲା । ଅର୍ଥାତ୍ ତାଙ୍କ ପାଦ କୌଣସି ଟେବୁଲ ବା ବେଡ ଉପରେ ଲାଗିକି ଥିଲା । ସୁଶାନ୍ତଙ୍କ ମାମଲାରେ ତାଙ୍କ ଘରୁ କୌଣସି ଷ୍ଟୁଲ ମିଳି ନଥିଲା। ଏଭଳି ପରିସ୍ଥିତିରେ ତାଙ୍କ ପାଦ ଖଟ ଉପରେ ରହିଥିବାର ସମ୍ଭାବନା ରହିଛି ବୋଲି ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲ୍ୟାବର ପରୀକ୍ଷାରୁ ଜଣା ପଡିଛି ।
ଆତ୍ମହତ୍ୟାର ଅଧିକାଂଶ କ୍ଷେତ୍ରରେ ଆଂଶିକ ଫାଶୀ ଦେଖିବାକୁ ମିଳେ । ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲ୍ୟାବର କହିବା ଅନୁଯାୟୀ , ସୁଶାନ୍ତ ଉଭୟ ହାତ ବ୍ୟବହାର କରି ଫାଶୀ ଦେଇଥାଇ ପାରନ୍ତି । ସେ ନିଜକୁ ଟାଙ୍ଗିବା ପାଇଁ ଡାହାଣ ହାତ ବ୍ୟବହାର କରିଥିଲେ । ଏହି ରିପୋର୍ଟରେ କେବଳ ଡାହାଣ ହାତ ଦ୍ୱାରା ଫାଶୀ ଦିଆଯାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି। ସବୁଜ କପଡା ସହିତ ସୁଶାନ୍ତ ନିଜକୁ ଫାସି ଦେବା ବେଳେ ବ୍ୟବହାର କରିଥିଲେ ବୋଲି ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲ୍ୟାବର ରିପୋର୍ଟରୁ ଜଣା ପଡିଛି ।
ଏହା ବ୍ୟତୀତ, ନିଜକୁ ଟାଙ୍ଗିବା ପରେ ବେକ ଉପରେ କେତେ ଚାପ ଥିଲା,ଫାସି ଦେବା ପରେ ସେ କେତେ ସମୟ ବ୍ୟକ୍ତି କେତେ ଦିନ ବଞ୍ଚି ରହିଲା ଏବଂ ବେକର କେତେ ଅଂଶ ପ୍ରଭାବିତ ହେଲା । ଏହି ସମସ୍ତ ତଥ୍ୟ ଉୠଝଖ ରିପୋର୍ଟରେ ଅନ୍ତର୍ଭୁକ୍ତ । ତେବେ ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲ୍ୟାବର ରିପୋର୍ଟରୁ ଜଣା ପଡିଛି ।
ସୁଶାନ୍ତ ବିହାରର ଥିଲେ ଏବଂ ପାଟନା ଠାରୁ ଦିଲ୍ଲୀ ଏବଂ ପରେ ନିଜେ ମୁମ୍ବାଇ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜ କ୍ୟାରିଅର ସେ ନିଜେ ଗଢିଛନ୍ତି , କୌଣସି ଗଡ ଫାଦର ନଥିଲେ ତାଙ୍କ ସଫଳତା ପଛରେ । ସୁଶାନ୍ତଙ୍କର ହଠାତ ଏଭଳିି ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର ଓ ପ୍ରଶଂସକ । ପାଟନାରେ ଜନ୍ମ ହୋଇଥିବା ସୁଶାନ୍ତ ସିଂ ରାଜପୁତ ଚାରି ଭଉଣୀଙ୍କ ଏକମାତ୍ର ଭାଇ ଥିଲେ। ୧୪ ଜୁନ୍ ସବୁକିଛି ହାସିଲ କରି ସାରିଥିବା ସୁଶାନ୍ତ କାହିଁକି ଫାଶୀ ଦେଇ ମୃତ୍ୟୁ ବରଣ କଲେ ତାହା କେହି ବୁଝି ପାରୁନାହାନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024