ଭୁବନେଶ୍ୱର ( ଏଟିଆର ବ୍ୟୁରୋ); ପୂର୍ବତନ ବିଧାୟକ ମାନେ ସରକାରୀ କ୍ୱାଟର ତୁରନ୍ତ ଛାଡିବାକୁ ନୋଟିସ ଜାରି କରିଛନ୍ତି ବିଧାୟକ । ୧୦ ଦିନ ମଧ୍ୟରେ ସରକାରୀ ଘର ଛାଡିବାକୁ ପୂର୍ବତନ ୨୧ ବିଧାୟକଙ୍କୁ ଏହି ନୋଷଟସ ଜାରି କରାଯାଇଛି । ସୂଚନା ଅନୁସାରେ ବର୍ତ୍ତମାନ କେତେକ ପୂର୍ବତନ ବିଧାୟକ ନିଜର କ୍ୱାଟର ଛାଡି ଯାଇ ନାହାନ୍ତି । ଯାହା ଫଳରେ ଏଥର ବିଧାନସଭାକୁ ଆସିଥିବା ଅନେକ ବିଧାୟକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
କେତେକ ବିଧାୟକ ଷ୍ଟେଟ ଗେଷ୍ଟ ହାଉସରେ ରହୁଥିବା ବେଳେ ଆଉ କେତେଜଣ ବାଧ୍ୟ ହୋଇ ହୋଟେଲରେ ରହୁଛନ୍ତି । କ୍ୱାଟର ନ ମିଳିବାରୁ ସେମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଧାୟକ ମାନେ ତୁରନ୍ତ କ୍ୱାଟର ପାଇବା ପାଇଁ ବିଧାନସଭା ସଚିବଙ୍କ ପାଖରେ ଦାବି କରି ଆସୁଛନ୍ତି । ଯାହାର ତୁରନ୍ତ ସମାଧାନ କରିବା ପାଇଁ ବିଧାନସଭା ସଚିବ ୧୦ ଦିନ ମଧ୍ୟରେ ସରକାରୀ ଘର ଛାଡିବାକୁ ନୋଟିସ ଜାରି କରିଛନ୍ତି ।