ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ୬ ମାସ ମଧ୍ୟରେ ଭୁବନେଶ୍ୱରରେ ଥିବା ସମସ୍ତ ଘରେ ବର୍ଷା ଜଳ ସଂଗ୍ରହଣ ପ୍ରକଳ୍ପ କାମ ସାରିବାକୁ ପଡିବ । ନହେଲେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ । ଏନେଇ ଗତକାଲି ବିଡିଏ ପକ୍ଷରୁ ଏକ ନୋଟିସ ପ୍ରକାଶ ପାଇଛି । ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସୂଚନା ଅନୁସାରେ ଘର ପ୍ଲାନ ଆପ୍ରୁଭାଲ ପାଇଁ ଏବେ ବର୍ଷା ଜଳ ସଂଗ୍ରହଣ ପ୍ରକଳ୍ପକୁ ସ୍ଥାନ ଦେବା ଜରୁରୀ ବୋଲି କହିଛନ୍ତି । ଯଦି ଭୁବନେଶ୍ୱର ବାସିନ୍ଦା ଏହି ପ୍ରକଳ୍ପକୁ ନିଜ ଘର ପ୍ଲାନରେ ସ୍ଥାନ ନ ଦିଅନ୍ତି ତେବେ ତାଙ୍କ ପ୍ଲାନ ଆପ୍ରୁଭାଲ ହେବ ନାହିଁ ।
ସୂଚନା ଯୋଗ୍ୟ ଥାଉକି ଭୁବପେଶ୍ୱରେ ଭୂତଳ ଜଳସ୍ତର ଧିରେ ଧିରେ କମିବାର ଲାଗିଛି । ଏହା ସହ ଜନସାଧାରଣ ମାନେ ବୋରିଂ କରି ଭୂତଳ ଜଳକୁ ମନ ଇଚ୍ଛା ବ୍ୟବହାର କରିବା ସହ ଏହାର ଦୂରୁପଯୋଗ କରୁଛନ୍ତି । ତେବେ ବିଡିଏ ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ ପକ୍ଷରୁ ଓଡିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ ୩୦୨ ଆଧାରରେ ଏହି ନିୟମ ଲାଗୁ କରାଯାଇଛି । ଏହି ନିୟମ ଲାଗୁ ହେବା ଦ୍ୱାରା ବର୍ଷା ଜଳକୁ ସଂଗ୍ରହ କରାଯାଇ ବିଭିନ୍ନ କାର୍ଯ୍ୟରେ ଲଗାଇ ସହ ଜନସାଧାରଣ ମାନେ ଏହାକୁ ଦୈନଦିନ କାର୍ଯ୍ୟରେ ବ୍ୟବହାର କରିବେ ।