ପରୀ(ଏଟିଆର ବ୍ୟୁରୋ): ପୁରୀ ଶ୍ରୀମନ୍ଦିରରେ ଡ୍ରୋନ ଉଡାଇ ବିଭିନ୍ନ ସ୍ଥାନର ଫଟୋ ଉଠାଯାଇ ଏନଏସଜି ଟିମ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି । ଏନଏସଜିର ୩ ଜଣିଆ ଟିମ୍ ଏହି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚକରିଛନ୍ତି । ଏହି ଟିମର ସଦସ୍ୟମାନେ ପ୍ରଥମେ ଉତ୍ତର ଦ୍ୱାର ଓ ପରେ ଶ୍ରୀମନ୍ଦିର ଚାରିପାଖ ବୁଲି ସ୍ଥତି ସମୀକ୍ଷା କରିଛନ୍ତି । ଏଥିସହ ମନ୍ଦିରର ନକ୍ସା ମଧ୍ୟ ଦେଖିଛନ୍ତି ।
ଏନଏସଜି ଟିମର ଏହି ଯାଞ୍ଚରେ ଓଡିଶା ପୋଲିସର ଆସିଷ୍ଟାଣ୍ଟକମାଣ୍ଡର କୈାଶିକ ନାୟକ ସହାୟତ କରିଛନ୍ତି । ଏନଏସଜି ଟମ୍କୁ ମନ୍ଦିରର ଐତିହ ବିଷୟରେ ବିସ୍ତଚତ ଭାବେ ଅବଗତ କରାଇଲେ କୈାଶିକ । ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ କିଭଳି ଭାବେ କଡାକଡି କରାଯିବ ସେନେଇ ଆଲୋଚନା କରିଛନ୍ତି ।
ବର୍ତ୍ତମାନ ମନ୍ଦିରର ସୁରକ୍ଷା ପାଇଁ କଣ ସବୁ ରହିଛିଏବଂ ଆଗକୁ କିଭଳି ଭାବେ ବ୍ୟବସ୍ଥା କରାଯିବ ଏହି ସମସ୍ତ ଦିଗ ଉପରେ ସମୀକ୍ଷା କରିଛନ୍ତି ଏନଏସଜି ଟିମ୍ । ମନ୍ଦରରେ ନିର୍ମାଣ ହୋଇଥିବା ବ୍ୟାରିକେଡ୍,ସାମିଆନା ଓ ସିଂହଦ୍ୱାରରେ ଥିବା ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିଥିଲେ ।
ତେବେ ସୁରକ୍ଷା ବ୍ୟବସ୍ଥାରେ କୈାଣସି ପ୍ରକାରର ସମସ୍ୟା ଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଲେ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବେ । ଏଥିପାଇଁ ଆମେ ସର୍ବଦା ପ୍ରସ୍ତଚତ ଅଛୁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।