ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ସରିଥିଲେ ମଧ୍ୟ ତାତି କମିନି । ନିର୍ବାଚନରେ ହୋଇଥିବା ବିଶୃଙ୍ଖଳା ବିଷୟରେ ଇସିଆଇଙ୍କୁ ବିଜେପିର ତିନି ନେତା ଅବଗତ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଇସିଆଇଙ୍କୁ ଭେଟିଛନ୍ତି । ଆହୁରି ମଧ୍ୟ ପାଟକୁରାରେ ହେବାକୁ ଥିବା ନର୍ବାଚନକୁ ବିଜେଡି ଜାଣିଶୁଣି ଘୁଞ୍ଚାଇ ବାକୁ ଚେଷ୍ଟା କରୁଛି । କେବଳ ପରାଜୟ ଭୟରେ ବିଜେଡି ପାଟକୁରାରେ ନିର୍ବାଚନ ଘୁଞ୍ଚାଇ ବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ।
ପାଟକୁରା ଠାରୁ ପାଖାପାଖି ୧୦୦ କିମି ଦୂରରେ ଫନି ଲ୍ୟାଣ୍ଡ ଫଲ କରିବ ମାତ୍ର ବିଜେଡି ପରାଜୟ ଭୟରେ ନିର୍ବାଚନ ଘୁଞ୍ଚାଇବାକୁ ଚାପ ପକାଉଛି । ଆହୁରି ମଧ୍ୟ ରାଜ୍ୟ ନିର୍ବାଚନ ଅଧିକାରୀ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଛି ବିଜେପି । ସେ ଅଧିକ ପକ୍ଷପାତିତା କରୁଥିବା ଅଫିସର ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେହିଭଳି ୧୫ ଟି ନିର୍ବାଚନ ମଣ୍ଡଳିରେ ଥିବା ବୁଥରେ ସାନି ମତଦାନ କରିବା କରିବା ପାଇଁ ଅନୁରୋଧ କରିଥିବା କହିଛନ୍ତି ସେ । ଚାରୋଟି ପର୍ଯ୍ୟାୟ ନିର୍ବାଚନ ମଧ୍ୟରୁ ଶେଷ ପର୍ଯ୍ୟାୟ ନିର୍ବାଚନରେ ଅଧିକ ହିଂସାକାଣ୍ଡ ହୋଇଛି । ଶାସକ ବିଜେଡି ପାଇଁ କିଛି ଅଫିସର କାମ କରୁଥିବା ଧରା ପଡିଛନ୍ତି । ଯେଉଁଥି ପାଇଁ ୩ ଜଣ ଅଫିସରଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଯାହାର ସମସ୍ତ ତଥ୍ୟ ଇସିଆଇଙ୍କୁ ଦିଆଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।