ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆସନ୍ତା ମେ ୧ ତାରିଖ ଯାଏଁ ଜାରି ରହିବ କଳବୈଶାଖୀ ବର୍ଷା । ସବୁଠି ଘଡଘଡି ବିଜୁଳି ସହ ବର୍ଷା ହେବ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆଜି କାଳବୈଶାଖୀର ଅଧିକ ପ୍ରଭାବ ପାଇଁ ୧୯ ଟି ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସମୟରେ ପବନର ବେଗ ୪୦ ରୁ ୫୦ କିମି ରହିବା ସହ ଘଡଘଡି ବିଜୁଳି ମଧ୍ୟ ମାରିବ ।