କଳାହାଣ୍ଡି( ଏଟିଆର ବ୍ୟୁର):ଓଡିଆ ଶ୍ରମିକ ଦମ୍ପତିଙ୍କ ସନ୍ଦେହ ଜନକ ମୃତ୍ୟୁ । ପ୍ରତିଦିନ ଓଡିଆ ଶ୍ରମିକଙ୍କ ବିଷୟରେ କିଛି ନା କିଛି ଶୁଣିବାକୁ ମିଳୁଛି । କେଉଁଠି ପଡୋଶୀ ରାଜ୍ୟରୁ ମୃତ ଶ୍ରମିକ ମାନଙ୍କ ମର ଶରୀର ଆଣିବାକୁ ୯ଦିନ ଲାଗୁଛି ତ ପୁଣି ଆଉ କେଉଁଠି ଓଡିଆ ଶ୍ରମିକ ମାନଙ୍କୁ ବନ୍ଧକ ରଖି ନିର୍ଯ୍ୟତନା ଦିଆଯାଉଛି । ଆଜିର ସମାଜରେ ପ୍ରତିଦିନ ଶ୍ରମିକ ମାନଙ୍କ ଉପରେ ଅତ୍ୟାଚାର କରାଯାଉଥିବାର ଦେଖିବାର ମିଳୁଛି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆକୁଳ ରାମପୁର ଥାନା ମହୁଲପାଟଣା ଗାଁରେ ।
ସୂଚନା ଅନୁଯାଇ ରଶି୍ମତା ସାହୁ ଓ ତାଙ୍କ ସ୍ୱାମୀ ଶଙ୍କର ସାହୁ କିଛି ଦିନ ତଳେ କର୍ଣ୍ଣାଟକ କାମ କରିବାକୁ ଯାଇଥିଲେ । ତେବେ ଅଗଷ୍ଟ ୩ରେ ରଶି୍ମତାଙ୍କ ମୃତ୍ୟୁ ହୋଇଥିବାବେଳେ ଅଗଷ୍ଟ ୮ରେ ସ୍ୱାମୀ ଶଙ୍କରଙ୍କ ମୃତ୍ୟୁ ହୋଇଥିଲା । ଏହି ଦମ୍ପତି କର୍ଣ୍ଣାଟକ ନାଗାମାନଗଲା ଥିବା ଭେଙ୍କେଟେଶ୍ୱର ହାଚେରୀରେ କାମ କରୁଥିଲେ । ଦମ୍ପତିଙ୍କ ପରିବାର ସେମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ କର୍ଣ୍ଣାଟକ ନାଗାମାନଗଲା ପୋଲିସ ତଦନ୍ତ ଆରମ୍ଭ କରିଛି ।