ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣିଥରେ ବିଦେଶରେ ଫସିଲେ ଓଡିଆ ଶ୍ରମିକ । ଅଧିକ ଟଙ୍କା ଉପାର୍ଜନ କରିବା ଲକ୍ଷରେ ଦେଶ ଛାଡି ବିଦେଶକୁ ଖଟିବା ପାଇଁ ଶ୍ରମିକଙ୍କୁ ପଡିଛି ମହଙ୍ଗା । ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱରର ଏକ ସଂସ୍ଥା ସହଯୋଗରେ ଓମାନ ଯାଇଥିବା ଶ୍ରମିକମାନେ ଯାଇଥିଲେ । ସେଠାରେ ଏହି ଶ୍ରମିକ ମାନେ ଆଣ୍ଡ ପି କମ୍ପାନୀରେ କାମ କରୁଥିଲେ । ହେଲେ ପାଞ୍ଚମାସ ହେବ ଏମାନଙ୍କୁ ଦରମା ଦିଆଯାଉନଥିବା ବେଳେ ଠିକସେ ଖାଇବାକୁ ମଧ୍ୟ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଘରକୁ ଆସିବା ପାଇଁ ଏମାନେ କହୁଥିଲେ ମଧ୍ୟ ଭିସା ପାସପୋର୍ଟ ଫେରଉ ନାହିଁ ସଂସ୍ଥା ।
ଓଡିଶାର ୧୭ ଜଣ ଶ୍ରମିକ ଫସିଥିବା ବେଳେ ଏଥି ମଧ୍ୟରୁ ୯ ଜଣ ଭୁବନେଶ୍ୱର ଓ ବାଲେଶ୍ୱରର ହୋଇଥିବା ବେଳେ ଗଞ୍ଜାମରୁ ସର୍ବାଧିକ ୮ ଜଣ ଫସିଛନ୍ତି । ତେବେ କେବଳ ଓଡିଶାର ନୁହେଁ ବାହାର ରାଜ୍ୟର ମଧ୍ୟ ବାର ଶହ ଶ୍ରମିକ ଫସିରହିଛନ୍ତି । ଏହି ବାର ଶହ ଶ୍ରମିକ ମଧ୍ୟରେ ଉତ୍ତର ପ୍ରଦେଶ,ପଞ୍ଜାବ,ରାଜସ୍ଥାନ, ପଶ୍ଚିମ ବଙ୍ଗ,ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ବୋଲି ସୂଚନା ମିଳିଛି । ଫସିଥିବା ଶ୍ରମିକମାନେ କମ୍ପାନୀ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ପରେ ମସ୍କୋଟ ପୋଲିସ ଆସି ଏମାନଙ୍କୁ ବୁଝାସୁଝା କରିଛି ।