ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ପରଦାକୁ ଆସିଲା ବହୁ ପ୍ରତିକ୍ଷୀତ ଓଡିଆ ଚ୍ଚଳଚିତ୍ର ମାଲ ମହୁ ଜୀବନ ମାଟି । ଗତ ୮ ତାରିଖରେ ବ୍ରହ୍ମପୁରରେ ସିନେମାଟି ରିଲିଜ ହୋଇଥିବା ବେଳେ ୯ ତାରିଖରେ ଶ୍ରୀୟା ହଲରେ ସିନେମାର ପ୍ରିମିୟର ଶୋ ଅନୁଷ୍ଠିତ ହୋଇ ଯାଇଛି । ଦର୍ଶକ ମାନେ ସିଧାସଳଖ ସିନେମାରେ ଅଭିନୟ କରିଥିବା କଳାକାରଙ୍କ ସହିତ ଏକାଠୀ ବସି କାହାଣୀର ମଜା ଉଠାଇଛନ୍ତି । ସବୁଠାରୁ ବଡକଥା ହେଉଛି ଏହି ସିନେମାରେ ୨୨ ଜଣ ଦିବ୍ୟାଙ୍କ କଳାକାର ଅଭିନୟ କରିଛନ୍ତି ।
ଯାହାକୁ ନେଇ ସିନେମାଟି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହି ଆସଥିଲା । ଆମର ମ୍ୟୁଜିକ ବ୍ୟାନରେ ନିର୍ମାଣ ହୋଇଥିବା ଏହି ସିନେମାଟିକୁ ନିର୍ଦେଶନା ଦେଇଛନ୍ତି ରମେଶ ରାଉତ । ସେହିଭଳି ଅଭିଜିତ ମଜୁନଦାରଙ୍କ ସଂଗୀତ ସଂଯୋଜନାରେ ଗୀତ ଗୁଡିକ ମଧ୍ୟ ଜବରଦସ୍ତ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ସବ୍ୟସାଚୀ ଓ ଏଲିନା ନଜର ଆସିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, ବିଦୁସ୍ମିତା, ସଲିଲ ମିତ, ବିଜୁ ବଡଜେନା ପ୍ରମୁ୍ଖ ନଜର ଆସିଛନ୍ତି । ଏକ ଡିଫରେଣ୍ଟ ଟାଇପରେ ଲଭକୁ କାହାଣୀ ସହିତ ଯୋଡା ଯାଇଛି । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଚ୍ଚଳଚ୍ଚିତ୍ରରେ ନାୟିକା ଏଲିନା ରାଧିକା କ୍ୟାରେକ୍ଟର ପ୍ଲେ କରିଥିବା ବେଳେ ସବ୍ୟ ମାଇକେଲ କ୍ୟାରେକ୍ଟରରେ ଅଭିନୟ କରିଛନ୍ତି ।