ବାଲେଶ୍ୱର (ଏଟିଆର ବ୍ୟୁରୋ); ଜେଲରଙ୍କ ପାଇଁ ଚାଲିଗଲା ଜେଲ କର୍ମଚାରୀଙ୍କ ଜୀବନ । ବାଲେଶ୍ୱର ଜିଲ୍ଲା କରଞ୍ଜିଆ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ଗତ ୧୮ ତାରିଖରୁ ନିଖୋଜ ଥିବା ଜେଲ କର୍ମଚାରୀ ସୁକାନ୍ତ ବେହେରାଙ୍କ ମୃତ ଦେହ ମିଳିଛି । କରଞ୍ଜିଆ ଗ୍ରୀଡ ସମ୍ମୁଖରେ ଥିବା କଳିକାପୁର ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇଛି ମୃତ ଦେହ । ମୃତ ସୁକାନ୍ତଙ୍କ ପକେଟରୁ ମିଳିଥିବା ଏକ କାଗଜରେ ଲେଖା ରହିଛି କି ମୋ ମୃତ୍ୟୁ ପାଇଁ ଜେଲର ଦାୟୀ ।
ଏହି ହାତ ଲେଖା କାଗଜ ପାଇବା ପରେ ପରିବାର ଲୋକ ଜେଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ପୋଲିସ ଖବର ପାଇଁ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାଯୋଗ୍ୟ,ଗତ ୧୬ ତାରିଖରେ କରଞ୍ଜିଆ ଜେଲରୁ ଜଣେ କଏଦୀ ଖସି ପଳାଇଥିଲା । ଏହାପରେ ଜେଲର ଲକ୍ଷ୍ମୀଧର ମୁର୍ମୁ ସୁକାନ୍ତଙ୍କୁ ଦୋଷ ଦେଇଥିଲେ । ସୁକାନ୍ତଙ୍କୁ ମାନସିକ ନିର୍ଯ୍ୟାତନା ଦେଇଥିଲେ ଜେଲର । ଏନେଇ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଇନଥିଲା । ତେବେ ଗତ ୧୮ ତାରିଖରେ ସୁକାନ୍ତ ସାଇକେଲରେ ଘରୁ କୁଆଡେ ଚାଲି ଯାଇଥିଲେ । କିନ୍ତୁ ଆଜି ସକାଳେ ଜଙ୍ଗଲରୁ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।