ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ଉଭୟ ଶାସକ ଓ ବିରୋଧୀ ନଳର ସ ବିଧାନସଭାରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ପ୍ରସଙ୍ଗ। ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଗୃହ ଅଚଳଦସ୍ୟଙ୍କ ନାରାବାଜି ଦେଖିବାକୁ ମିଳିଛି । ଲଗାତାର ଭାବେ ୪ ଦିନ ହେଲାଣି ଚାଲିପାରୁ ନାହିଁ ବିଧାନସଭା । ଏନେଇ ଗୃହକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ବିଧାନସଭାରୁ ବିଜେଡି ବିଧାୟକମାନେ ବାହାରି ରାଜଭବନ ଅଭିମୁଖେ ଯାଉଛନ୍ତି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ସେମାନଙ୍କ ଦାବି ଜଣାଇବେ । ବିରୋଧୀ ଦଳ ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ଅଡ଼ି ବସିଥିବା ବେଳେ ସରକାରୀ ଦଳ ଏଥିରେ ରାଜି ନୁହନ୍ତି । ଯେଉଁଥି ପାଇଁ କୌଣସି ନିଷ୍କର୍ଷ ହୋଇପାରୁ ନାହିଁ ।
ସୁବାସ ପାଣିଗ୍ରାହୀ ଯେଉଁ ପଦକ୍ଷେପ ନେଇଥିଲେ ତାହା ବ୍ୟକ୍ତିଗତ ଥିଲା ନା ଦଳର ଆଭିମୁଖ୍ୟ ଥିଲା ତାକୁ ବିଜେପି ସ୍ପଷ୍ଟ କରୁ ବୋଲି ପଦଯାତ୍ରା ବେଳେ ବିଧାୟକ ଦାବି କରିଛନ୍ତି । ସୁବାସ ପାଣିଗ୍ରାହୀ ବେଆଇନ କାମ କରିଛନ୍ତି, ସେ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ରୋହିତ ପୂଜାରୀ କହିଛନ୍ତି। ବିଜେପି ସଦସ୍ୟମାନେ ଗୃହକୁ ଚଳାଇ ଦେଉନାହାନ୍ତି। ସେମାନେ ଗୃହର ମର୍ୟ୍ୟାଦା ହାନି କରୁଥିବା କହିଛନ୍ତି ବିଧାୟକ ଶଶି ଭୂଷଣ ବେହେରା।