ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ବର୍ଷ ରାଜ୍ୟରେ ବର୍ଷା ଡେରିରେ ଆସିଥିବା ବେଳେ ରାଜ୍ୟରେ ଏବେ ଲଘୁଚାପ ଜନିତ ବର୍ଷା ଅନୁଭୂତ ହେଉଛି । ତେବେ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତକୁ ନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଭିଡିଓ କନଫନ୍ସିଂ ଜରିଆରେ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ।
ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ସମୀକ୍ଷା କରି ମୁଖ୍ୟଶାସନ ସଚିବ କହିଛନ୍ତି, ଗତ ୩ ଦିନରେ ମାଲକାନଗିରିରେ ସର୍ବାଧିକ ୪୬୩.୨ ମିମି ବର୍ଷା ରେକର୍ଡ ହୋଇଛି । କିଛି କିଛି ତଳିଆ ଅଞ୍ଚଳରେ ପାଣି ଜମିଥିଲା । ଏବେ ସ୍ଥିତି ସ୍ୱାଭାବିକ ରହିଛି । କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନେ ଖୁବଶୀଘ୍ର ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ରିପୋର୍ଟ ଦେବା ପାଇଁ କୁହାଯାଇଛି । ତେବେ ଆସନ୍ତା ୨୪ଘଣ୍ଟା ପାଇଁ ଆଲର୍ଟ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଯେ ଆସନ୍ତା ୧୯ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ଏହାଉପରେ ସମସ୍ତ ଚିତ୍ର ସ୍ପଷ୍ଟ ହେଲା ପରେ ଯାଇ ହିଁ କୌଣସି ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି ।
ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟଶାସନ ସଚିବ
Tags #AtrNews#Odisha