ରାଉରକେଲା(ଏଟିଆର ବ୍ୟୁରୋ):ସୁନ୍ଦରଗଡର ବିକାଶ ପାଇଁ ୪୯୧୫ ଟଙ୍କା କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଉରକେଲାରେ ନିର୍ମାଣ ହେବାକୁ ଥିବା ଦେଶର ସର୍ବ ବୃହତ ହକି ଷ୍ଟାଡିୟମର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଷ୍ଟାଡିୟମରେ ୨୦୨୩ ବିଶ୍ୱକପ ହକି ମ୍ୟାଚ ଖେଳାଯିବ । ସୁନ୍ଦରଗଡରେ ୧୭ ଟି ବ୍ଲକରେ ଗୋଟିଏ ଲେଖାଏଁ ଆଷ୍ଟ୍ରୋ ଟର୍ଫି ହେବ । ପାନୀୟ ଜଳ ପାଇଁ ୧୬୧୧ କୋଟି ଟଙ୍କା , ଜଳସେଚନ ପାଇଁ ୩୨୦ କୋଟି ଟଙ୍କା , ସ୍ୱାସ୍ଥ୍ୟାସେବା ପାଇଁ ୧୧୧ କୋଟି ଟଙ୍କା , ରାସ୍ତାଘାଟର ବିକାଶ ପାଇଁ ୧୦୬୦ କୋଟି ଟଙ୍କା , ଶିକ୍ଷାର ବିକାଶ ପାଇଁ ୩୬୬ କୋଟି ଟଙ୍କା ଘୋଷଣା କରାଯାଇଛି ।
ସେହିପରି ପରିମଳ ପାଇଁ ୨୫୦ କୋଟି , ଜୀବିକା ବିକାସ ପାଇଁ ୨୧୬ କୋଟି , ରାଉରକେଲା ପାଇଁ ୪୭୧ କୋଟି , ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ୩୮ କୋଟି , ଶିଶୁ ବିକାଶ ପାଇଁ ୩୫ କୋଟି ଟଙ୍କା ,୩୨୩ ଟି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।