ରାଉରକେଲା(ଏଟିଆର ବ୍ୟୁରୋ):ସୁନ୍ଦରଗଡର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାସହ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ହକିର ଏନ୍ତୁଟିଶାଳାରେ ପହଞ୍ଚି ଚି ବହୁ ଆନନ୍ଦ ଅନୁଭବ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବଂ ଏହା ସହ ସେ ରାଉରକେଲା ଯେବେ ଆସନ୍ତି ବିଜୁ ବାବୁଙ୍କ କଥା ତାଙ୍କର ମନେ ପଡେ ବୋଲି ସେ କହିଛନ୍ତି ।
ସୁନ୍ଦରଗଡ ହେଉଛି ହକିର ଏନ୍ତୁଡିଶାଳା । ଏହି ହକି ଷ୍ଟାଡିୟମଟି ବିର୍ସା ମୁଣ୍ଡା ନାଁରେ ନାମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ହକି ପାଇଁ ଦେଶରେ ଗର୍ବ ଓ ଗୈାରବ ଆଣିଛନ୍ତି ସୁନ୍ଦରଗଡର ଖେଳାଳୀ ।ସେହିପରି ରାଉରକେଲା ହେଉଛି ବିକାଶର ସହର । ୨୦୦୦ ମସିହା ପରଠାରୁ ରାଉରକେଲା ଦ୍ରୁତ ବିକାଶରେ ସାମିଲ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ଷ୍ଟାଡିୟମଟି ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ହେବ । ହୋ ଓ ମୁଣ୍ଡାରି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ ପାଇଁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।