ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା ୧୫ ରେ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।ସକାଳ ୭ ଟାରୁ ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ସାରା ଓଡିଶାକୁ ବନ୍ଦ ରଖିବା ପାଇଁ କଂଗ୍ରେସ ଡାକରା ଦେଇଛି ।ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହି ଅବସରରେ ନିରଞ୍ଜନ କହିଛନ୍ତି ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନରେ ୨୧ ଟି ସଂସଦୀୟ କ୍ଷେତ୍ରରୁ ୨୧ ହଜାର ସ୍ୱୋଚ୍ଛାସେବୀ ନିୟୋଜିତ ହେବେ । ସୋସିଆଲ ମିଡିଆ ମାଧ୍ୟମରେ କଂଗ୍ରେସ ଜନସାଧାରଣଙ୍କ ପାଖରେ ପହଞ୍ଚିବ । ଓଡିଶାର ସ୍ୱାର୍ଥ ପାଇଁ ରାଜ୍ୟବାସୀ ବନ୍ଦକୁ ସହଯୋଗ କରିବା ଆଶା ରହିଛି ବୋଲି ପିସିସି ସଭାପତି କହିଛନ୍ତି ।