କଟକ (ଏଟିଆର ବ୍ୟୁରୋ): ଆଜି ରାଜ୍ୟ ସରକାର ରାଜ୍ୟରେ ଥିବା ସମସ୍ତ ଡିଗ୍ରୀ କଲେଜର ପରିଚାଳନା କମିଟି (ଗଭର୍ଣ୍ଣିଂ ବଡି)କୁ ଭାଙ୍ଗିଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟରେ ଥିବା ସବୁ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରୀ କଲେଜ ପାଇଁ ନିୟମ ଲାଗୁ ହୋଇଛି । ଯେଉଁ ସବୁ କଲେଜ ଜିଲ୍ଲା ସଦର ମହକୁମାରେ ଥିବ ସେହିସବୁ କଲେଜରେ ଇଊଗ ହେବେ କମିଟି ଅଧ୍ୟକ୍ଷ ସେହିପରି ସଦର ମହକୁମା ବାହାରେ ଥିବା କଲେଜ କମିଟିର ଅଧ୍ୟକ୍ଷ ରହିବେ ଉପଜିଲ୍ଲାପାଳ ।
ଅନ୍ୟପଟେ ରାଜ୍ୟରେ ଥିବା ସ୍ୱୟଂଶାସିକ କଲେଜ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବନି କି ସଂଖ୍ୟାଲଘୁ କଲେଜ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ ନାହିଁ । ଏହି ସବୁ ନିର୍ଦ୍ଦେଶ ନାମାକୁ ଶୀଘ୍ର କାର୍ଯ୍ୟକାରି କରିବା ପାଇଁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଗତକାଲି ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କଲେଜ ଗଭର୍ଣ୍ଣିଂ ବଡିରେ ସ୍ଥାନୀୟ ବିଧାୟକ ରହି ପାରିବେ ନାହିଁ ବୋଲି କହି ଚର୍ଚ୍ଚାରେ ଆସିଥିଲେ । ମନ୍ତ୍ରୀଙ୍କର ଏହି ମନ୍ତବ୍ୟ ଉପରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଉଚ୍ଚଶିକ୍ଷା ବିଭାଗ ତରଫରୁ ଏହି ବିଜ୍ଞପ୍ତି ଜାରି କରାଯାଇ ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଲଗାଇଛି ।