ପଟ୍ଟାମୁଣ୍ଡାଇ(ଏଟିଆର ବ୍ୟୁରୋ): ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତଗର୍ତ ଚନ୍ଦନନଗର ଦେଉଳି ଗ୍ରାମରେ ଖାଦ୍ୟରୁ ଏକ ଫୁଟରୁ ଉଦ୍ଧ୍ୱ ଏକ ବିଷଧର ସାପ ବାହାରିଛି ।
ସୁଚନା ଅନୁସାରେ ଦେଉଳି ଗ୍ରାମରେ ଏସଏଚଜି ଗ୍ରୁପର ମହିଳାମାନେ ପାଖ ଠାକୁରାଣୀଙ୍କ ପୀଠରେ ଭୋଜି କରୁଥିଲେ । ଏବଂ ଖାଇବା ସମୟରେ ଖାଦ୍ୟରୁ ଏକ ବିଷଧର ଚ୍ଚିତି ସାପ ମିଳିଥିଲା । ସାପ ବାହାରିବା ପୁର୍ବରୁ ଅଧିକାଂଶ ଲୋକ ଖାଇ ସାରିଥିଲେ ।
ତେବେ ସାପଟି ମରିଯାଇଥିବା ବେଳେ ଖବର ପ୍ରଚାରିତ ହେବା ପରେ ଗାଁର ଲୋକମାନେ ଡରି ଯାଇଥିଲେ । ସେପଟେ ବୃଦ୍ଧ ଲୋକମାନେ ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ଇସିଜି ଏବଂ ରକ୍ତ ପରୀକ୍ଷା କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ବିପଦ ମୁକ୍ତ ଥିବା କହିଛନ୍ତି ।