ଭୁବନେଶ୍ୱର (ଏଟିଆର ବ୍ୟୁରୋ); କୋଲକାତାରେ ଆରମ୍ଭ ହୋଇଥିବା ଡାକ୍ତର ଧର୍ମଘଟ ଏବେ ଓଡିଶାକୁ ବ୍ୟାପିଛି । ଆଜି ସାରା ଦେଶରେ ଲକ୍ଷ ଲକ୍ଷ ଡାକ୍ତର ଧାରଣା ଦେବେ । ରାଜଧାନୀର ଏମସ ହସ୍ପିଟାଲରେ ମଧ୍ୟ ୫୦୦ରୁ ଅଧିକ ଡାକ୍ତର ଧାରଣା ଦେଇଛନ୍ତି । ଯାହା ଫଳରେ ରୋଗୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଜରୁରୀ କାଳିନ ସେବା ଚାଲୁ ରହିଛି । ଗତକାଲି କଟକ ଏସସିବି ଏବଂ ବୁର୍ଲା ଏମସାର ମେଡିକାଲ ଏହି ଆନ୍ଦୋଳନକୁ ସୀକୃତି ଦେଇଥିଲେ ।
ଡାକ୍ତରଙ୍କ ଏହି ଧାରଣା ପାଇଁ ସାଧାରଣ ଲୋକ ଏବଂ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ମରଣ ସଜ୍ୟାରେ ଥିବା ରୋଗୀଙ୍କ ପ୍ରତି ବିପଦ ରହିଛି । ତେବେ ଡାକ୍ତରମାନେ ନିଜ ଜିଦରେ ଅଟଳ ଅଛନ୍ତି । ସେମାନଙ୍କ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ତେବେ ଏ ଆନ୍ଦୋଳନ କେତେ ଦିନ ତାକୁ ନେଇ ସମସ୍ତଙ୍କ ମୁଣ୍ଡ ବିନ୍ଧି ଗଲାଣି ।
ସୂଚନାଯୋଗ୍ୟ, ଏନ୍ଆର୍ଏସ୍ ମେଡିକାଲ୍ କଲେଜ ଆଣ୍ଡ୍ ହସ୍ପିଟାଲ୍ରେ ଜଣେ ରୋଗୀଙ୍କର ମୃତ୍ୟୁ ଘଟିବାରୁ ଦୁଇଜଣ ଡାକ୍ତରଙ୍କୁ ଲୋକେ ମାରଧର କରି ଆହତ କରି ପକାଇଥିଲେ । ଏନେଇ ଆଜି ଦେଶବ୍ୟାପୀ ଲକ୍ଷ ଲକ୍ଷ ଡାକ୍ତର ବନ୍ଦ ଡାକରା ଦେଇଛନ୍ତି । ତେବେ ‘ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍’ ମଧ୍ୟ ଶୁକ୍ରବାରକୁ ‘ଅଲ୍ ଇଣ୍ଡିଆ ପ୍ରୋଟେଷ୍ଟ୍ ଡେ’ ଘୋଷଣା କରିଛି । କୋଲକାତାରେ ପ୍ରତିବାଦ କରୁଥିବା ସହକର୍ମୀ ଡାକ୍ତରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି । ଶୁକ୍ରବାର ଦିନ ଦେଶବ୍ୟାପୀ ଲକ୍ଷ ଲକ୍ଷ ଡାକ୍ତର ଦିନକ ପାଇଁ କାର୍ୟ୍ୟ ବର୍ଜନ କରିବାକୁ ନିଷ୍ପତ୍ତି ନେଇ ଥିବାରୁ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବାଧା ପାଇବାର ସମ୍ଭାବନା ରହିଛି ।