ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟର ସବୁ ବଡ ବଡ ମନ୍ଦିରର ଆକାଉଣ୍ଟ ଅଡିଟ ହେବ ବୋଲି ଆଜି ସୂଚନା ମିଳିଛି । ରାଜ୍ୟରେ ଥିବା ୬୧ଟି ମନ୍ଦିରର ଆକାଉଣ୍ଟ ଚେକ କରାଯିବାର ସୂଚନା ରହିଛି । ଏହି ମନ୍ଦିର ମାନଙ୍କ ମଧ୍ୟରେ ଲିଙ୍ଗରାଜ ମନ୍ଦିର, ୟୁନିଟି-୩ରେ ଥିବା ରାମ ମନ୍ଦିର,କେନ୍ଦ୍ରପଡାରେ ଥିବା ଶ୍ରୀବଳଦେବଜିଉ ମନ୍ଦିର ସମେତ ଖୋର୍ଦ୍ଧାରେ ଥିବା ୭ଟି ଓ କଟକର ଥିବା୬ଟି ମନ୍ଦିରର ଆକାଉଣ୍ଟକୁ ଅଡିଟ କରାଯିବ । ଏହି ଅଡିକୁ ଓଡିଶା ପ୍ରିନ୍ସପାଲ ଆକାଉଣ୍ଟ ଜେନେରାଲଙ୍କ ଦ୍ୱାରା କରାଯିବ ।
ଏହା ସହ ବିଭିନ୍ନ ମଠର ଆକାଉଣ୍ଟକୁ ମଧ୍ୟ ଅଡିଟ କରାଯିବ । ଏହି ଅଡିଟ ମୂଲ ଲକ୍ଷ ହେଉଛି ଆର୍ଥିକ ବ୍ୟବସ୍ଥାରେ ସ୍ୱଚ୍ଛତା ଅଣିବା ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏବେ ଅନେକ ମନ୍ଦିର ଟ୍ରଷ୍ଟ ଦେବୋତ୍ତର ବିଭାଗ ଅଧୀନରେ ରହିଛି । ଏହା ଦ୍ୱାରା ମନ୍ଦିରର ଆୟ ବ୍ୟୟର ହିସାବ ରଖାଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି ।