ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୁଣି ଚିନ୍ତା ବଢାଇଲା କରୋନା । କରୋନାର ନୂତନ ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ଏବେ ଚିନ୍ତା ଆହୁରି ବଢି ଯାଇଛି । ଏହାକୁ ମୁକାବିଲା କରିବା ପାଇଁ ଓଡିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।
ନୂତନ ମାର୍ଗଦର୍ଶିକା ଅନୁଯାୟୀ ସଂକ୍ରମଣକୁ ରୋକିବା ପାଇଁ ସ୍କୁଲ , କଲେଜ ମାନଙ୍କରେ ସ୍ୱତନ୍ତ୍ର କ୍ୟାରେଣ୍ଟାଇନ୍ ସେଣ୍ଟର କରାଯିବ । ସେହିପରି ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସାକୁ ଅଧିକ ଗୁରୁତ୍ୱ ଦିଆଯିବ ।
ଅନ୍ୟପଟେ ବିଦେଶ ଫେରନ୍ତା ଯାତ୍ରୀଙ୍କ ଉପରେ କଡା ନଜର ରଖାଯିବ । ବିମାନବନ୍ଦରରେ ଚେକିଂ କଡା କଡି କରାଯିବ । ଏହାସହିତ କରୋନା ଟେଷ୍ଟିଂ କରାଯିବ । ଯଦି କେହି ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ ୧୦ ଦିନ କ୍ାରେଣ୍ଟାଇନ୍ ରେ ରହିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳ, ସିଡିଏମଓ ଓ ମହାନଗର ନିଗମକୁ ଚିଠି ଲେଖାଯାଇଛି ।
ଅଧିକ ସଂକ୍ରମଣ ଚିହ୍ନଟ ହେଉଥିବା ସ୍ଥାନକୁ ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।