ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ଯୋଦ୍ଧାଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ବୀମା ଘୋଷଣା ହେଉଥିବା ବେଳେ ଏବେ ଅଙ୍ଗନବାଡି ଏବଂ ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ଏମାନେ ବି କରୋନା ଯୋଦ୍ଧା ରେ ସାମିଲ ଅଛନ୍ତି । କରୋନା ଡ୍ୟୁଟି କରୁଥିବା ସମୟରେ ଯଦି କୌଣସି ଅଙ୍ଗନବାଡି ଏବଂ ଆଶାକର୍ମୀଙ୍କର ମୃତ୍ୟୁ ହୁଏ ତେବେ ତାଙ୍କ ପାଇଁ ଭତ୍ତା ଘୋଷଣା କରିଛନ୍ତି ସରକାର । ସେହି ଅନୁଯାୟୀ ଅଙ୍ଗନବାଡି ନିକଟସମ୍ପର୍କୀୟଙ୍କୁ ଦିଆଯିବ ୭ ହଜାର ୫୦୦ ଟଙ୍କା ଏବଂ ଆଶାକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କଚ ଦିଆଯିବ ୫ ହଜାର ଟଙ୍କା । ଉଭୟ କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ୬୦ ବର୍ଷ ହେବା ଯାଏଁ ମିଳିବ ଭତ୍ତା ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଛନ୍ତି ।
କରୋନା ସଙ୍କଟ କାଳରେ ଅନେକ ସମୟରେ ଅଙ୍ଗନବାଡି କର୍ମୀ ଏବଂ ଆଶାକର୍ମୀ ମାନେ ଘରେ ଘରେ ବୁଲି ଲୋକଙ୍କୁ ସେବା ଯୋଗାଇବା ସହ ସଚେତନ କରୁଥିବାର ଦେଖିବାକୁ ମିଳିଛି । ଯଦି ଏହି ସମୟରେ ସେମାନଙ୍କ ମୃତ୍ୟୁ ଘରେ ତେବେ ତାଙ୍କ ପରିବାରକୁ ଭତ୍ତା ମିଳିବ ।