ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୃଦ୍ଧି ହେଲା ପ୍ରାଥମିକ ବିଦ୍ୟାଳରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କ ଦରମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି ନେଇ ନିଷ୍ୱତି ନେଇଛନ୍ତି । ନିଷ୍ପତି ଅନୁଯାୟୀ, କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ ଦରମା ୨୦୨୨ ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବ ।
ବର୍ତ୍ତମାନ ଚକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ୭୪୦୦ ଟଙ୍କା ରହିଥିବା ବେଳେ ଏବେ ଏହା ୧୧୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିଭଳି କନିଷ୍ଠ ଶିକ୍ଷକମାନଙ୍କ ଦରମା ୯୨୦୦ ଟଙ୍କା ରହିଥିବା ବେଳେ ଏହା ୧୩୮୦୦କୁ ବୃଦ୍ଧି ପାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୬୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାଦ୍ୱାରା ୧୩୩୨୪ ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ଏବଂ ୧୯୭୧୪ କନିଷ୍ଠ ଶିକ୍ଷକ ଉପକୃତ ହେବେ ।