ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ସକାଳ ୬ଟାରେ ଶେଷ ହେବ ଜୁଲାଇ ଗାଇଡଲାଇନ୍ । ଏହାପରେ ଲାଗୁହେବ ଅଗଷ୍ଟ ଗାଇଡଲାଇନ୍ । ସେଥିପାଇଁ ରାଜ୍ୟସରକାର ଆଜି ଅଗଷ୍ଟ ଗାଇଡଲାଇନ୍ ଘୋଷଣା କରିବେ । ଅପରାହ୍ନ ସାଢେ ତିନିଟାରେ ଅଗଷ୍ଟ ଗାଇଡଲାଇନ୍ ନେଇ ରାଜ୍ୟବାସୀଙ୍କୁ ସୂଚନା ଦେବେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । କଣ ଘୋଷଣା ହେବ ସେନେଇ ସମସ୍ତଙ୍କ ନଜର ତା ଉପରେ ରହିଛି ।
ରାଜ୍ୟରେ ପୂର୍ବପେକ୍ଷା ସଂକ୍ରମଣ ହ୍ରାସ ପାଉଛି । ଏହାସହିତ ଟୀକାକରଣ ଏବଂ କରୋନା କଟକଣା ମାନଦଣ୍ଡକୁ ନେଇ ନୂତନ ଗାଇଡଲାଇନ୍ ଜାରି କରିବେ ସରକାର । ରାଜ୍ୟରେ ୨୦ ଜିଲ୍ଲାକୁ କୋହଳ କରାଯାଇଥିବା ବେଳେ ୧୦ ଜିଲ୍ଲାରେ କଟକଣା ଜାରି ରହିଛି । ତଥାପି ଏବେ ବି ସଂକ୍ରମଣ ସେତେ ମାତ୍ରାରେ କମିନି । ୧୫ ଶହରୁ ୧୭ ଶହ ଭିତରେ ଦୈନିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ହୁଏତ ରାଜ୍ୟକୁ ସମ୍ପୂର୍ଣ୍ଣ ଅନଲକ କରିନପାରନ୍ତି ରାଜ୍ୟ ସରକାର । କଟକଣାରେ ସାମାନ୍ୟ କୋହଳ କରିପାରନ୍ତି ବୋଲି ଆଶା କରାଯାଉଛି ।