ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ କରୋନାର ଦୈନିକ ମାମଲା ବୃଦ୍ଧି ହେବାରେ ଲାଗିଛି । ମାତ୍ର ଅନ୍ୟ ରାଜ୍ୟଗୁଡିକ ତୁଳନାରେ ଓଡିଶାର ସ୍ଥିତି ବହୁତ ଭଲ ଅଛି । ଧୀରେ ଧୀରେ ପଶ୍ଚିମ ଓଡିଶାରେ କରୋନା ସ୍ଥିତିରେ ସୁଧାର ଆସୁଛି ବୋଲି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ସେ କହିଛନ୍ତି କି, ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ବେଡ୍ ମହଜୁଦ ରହିବା ସହିତ ଯେଉଁଠି ଆବଶ୍ୟକତା ରହିଛି ସେଠି ବେଡ୍ ସଂଖ୍ୟା ବୃଦ୍ଧି କରାଯାଉଛି । ସେହିପରି ଅକ୍ସିଜେନ ମଧ୍ୟ ରାଜ୍ୟରେ ମହଜୁଦ୍ ରହିଛି । କରୋନାର ପିକ୍ ମେ ମାସରେ ଅଧିକ ରହିବାର ସମ୍ଭାବନା ରହିଛି ।