ମାଲକାନଗିରି (ଏଟିଆର ବ୍ୟୁରୋ); ମହଙ୍ଗା ପଡିଲା ପରକୀୟା ପ୍ରୀତି । ଚାଲିଗଲା ଜୀବନ । ସ୍ତ୍ରୀ ସହିତ ଅନ୍ୟ ପୁରୁଷର ସମ୍ପର୍କ ଥିବା ଜାଣିବା ପରେ ଛୁରୀ ମାରି ହତ୍ୟା କଲା ସ୍ୱାମୀ । ମୃତକ ଜଣକ ହେଲେ ନିରଞ୍ଜନ ସରକାର । ତାଙ୍କ ଘର ଏମପିଭି ୪ । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ସେପଟେ ପୋଲିସ ଅଭିଯୁକ୍ତ ସମୀର ବୈରାଗୀକୁ ଗିରଫ କରି ପଚରା ଉଚରା କରୁଛି ।
ସୂଚନା ଅନୁଯାୟୀ ନିରଞ୍ଜନ ବୈରାଗୀଙ୍କ ସ୍ତ୍ରୀ ସହିତ ବହୁଦିନ ଧରି ପରକୀୟା ପ୍ରୀତି ଚାଲିଥିଲା । ମାତ୍ର ଏହା ବୈରାଗୀଙ୍କୁ ଜଣା ନଥିଲା । କୈାଣସି କାରଣରୁ ସ୍ତ୍ରୀର ପର ପୁରୁଷ ସହ ସମ୍ପର୍କକୁ ଜାଣିବା ପରେ ବୈରାଗୀଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଶେଷରେ ସେ ସ୍ତ୍ରୀଙ୍କ ସହ ସମ୍ପର୍କରେ ଥିବା ନିରଞ୍ଜନକୁ ହତ୍ୟା କରିଥିବା ପୋଲିସ ଆଗରେ ମାନିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଭେଜିଙ୍ଗଗୁଆ ଗାଁରୁ ଯାତ୍ରା ଦେଖି ନିରଞ୍ଜନ ଫେରୁଥିବା ବେଳେ ରାସ୍ତାରେ ଏକା ପାଇ ବୈରାଗୀ ତାଙ୍କୁ ଛରୀ ମାରି ହତ୍ୟା କରିଛନ୍ତି ।
ରାସ୍ତାରେ ମୃତ ଦେହ ପଡିଥିବା ଦେଇଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ କବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି । ସେପଟେ ଅଭିଯୁକ୍ତ ବୈରାଗୀକୁ ମଧ୍ୟ ଗିରଫ କରି ପଚରା ଉଚରା କରୁଛି ।