ଭୁବନେଶ୍ୱର( ଏଟିଆର ବ୍ୟୁରୋ): ଆଜି ପବିତ୍ର ରଜ ସଂକାନ୍ତି । ଏହି ଅବସରରେ ସାରା ରାଜ୍ୟ ଆଜି ଉତ୍ସବ ମୁଖର ହୋଇ ଉଠିଛି । ଭୁବନେଶ୍ୱରର ବିଭିନ୍ନ ସାଂସ୍କୃତିକ ସଂଗଠନ ପକ୍ଷରୁ ରଜ ଉତ୍ସବ ଓ ବିଭିନ୍ନ ପ୍ରକାର ପ୍ରତିଯୋଗିତତା ଅନୁଷ୍ଠିତ ହେଉଛି । ଆଜି ପାଗ ଭଲ ରହିଥିବାରୁ ସିନେମା ହଲ ଓ ସପିଂ ମଲରେ ଭିଡ ଦେଖିବାକୁ ମିଳିଛି । ରଜ ଅବସରରେ ସହରରେ ରଜ ପାନର ବି ଚାହିଦା ଢେର ବଢିଛି । ୧୦ ଟଙ୍କାରୁ ଆରମ୍ଭ ହୋଇ ପାନ ଖଣ୍ଡ ୩୦ ଟଙ୍କା ପର୍ଯ୍ୟନ୍ତ ରହିଛି । ବିଭିନ୍ନ ପ୍ରକାର ଆକୃତିର ଭଙ୍ଗାଯାଇଥିବା ପାନ ଯୁବ ପିଢିଙ୍କୁ ବେଶ ଆକୃଷ୍ଟ କରୁଛି ।
ଦୋଳି ସହିତ ବିଭିନ୍ନ ପ୍ରକାରର ପିଠା ପଣା ଓ ରଜ ଦୋଳିରେ ଝୁଲି ଖୁସି ମନାଉଛନ୍ତି ସଭିଏଁ । ଗାଁ ଠାରୁ ସହର ଚାରିଆଡେ ଖାଲି ରଜରଜ ବାସୁଛି । ସେହଭଳି ଗାଁ ଯଦି ଦେଖିବା କେତେକ ଗ୍ରାମରେ ତାସ ଓ କବାଡି ଖେଳରେ ସମସ୍ତେ ମାତିଛନ୍ତି । ଗତକାଲି ଆମିସ ବଜାରରେ ଭିଡ ଦେଖିବାକୁ ମିଳିଥିବା ବେଳେ ଆଜି ପରିବାରେ ବିଭିନ୍ନ ପ୍ରକାର ନୂଆନୂଆ ଖାଦ୍ୟ କରି ଖାଉଛନ୍ତି ।
ଭୁବନେଶ୍ୱର ଏସପ୍ଲାନେଡରେ ରଜ ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ତେବେ ଆସନ୍ତା କାଲି ରହିଛି ରଜର ତୃତୀୟ ଦିନ ବା ଶେଷ ରଜ । ଏହି ଦିନକୁ ସାଧାରଣତ ଭୂମି ଦହନ କୁହା ଯାଇଥାଏ । କାଲି ଦିନର ପରମ୍ପରା ଅନୁସାରେ କଦଳୀ ଫାଉଣ୍ଡାକୁ ପାଦରେ ଦେଇ ଚାଲିଥାନ୍ତି ଝିଅ ମାନେ ।