ଭୁବନେଶ୍ୱର (ଏଟିଆର ବ୍ୟୂରୋ ) ; ବଢିଲା ଶ୍ରମିକଙ୍କ ଦୈନିକ ମଜୁରୀ । ଶ୍ରମିକଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବାକୁ ରାଜ୍ୟ ସରକାର ନେଲେ ସ୍ୱାଗତଯାଗ୍ୟ ପଦକ୍ଷେପ । ବଢାଇଲେ ଦୈନିକ ମଜୁରୀ । ସୂଚନା ଅନୁସାରେ , ରାଜ୍ୟର ଅଣକୁଶଳୀ , ଅର୍ଦ୍ଧକୁଶଳୀ , କୁଶଳୀ , ଉଚ୍ଚକୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ବଢାଯାଇଛି ।
ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୨୦୦ ଟଙ୍କାରୁ ୨୮୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସେହିପରି ଅର୍ଦ୍ଧକୁଶଳୀଙ୍କ ମଜୁରୀ ୨୨୦ ଟଙ୍କାରୁ ୩୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । କୁଶଳୀ ମାନଙ୍କ ମଜୁରୀ ୨୪୦ଟଙ୍କାରୁ ୩୭୦ଟଙ୍କାକୁ ବୃଦ୍ଧିକରାଯାଇଥିବା ବେଳେ ଉଚ୍ଚ କୁଶଳୀଙ୍କ ମଜୁରୀ ୨୬୦ଟଙ୍କାରୁ ୪୩୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଶ୍ରମିକ ମାନଙ୍କ ମଜୁରୀ ବଢିବା ପାଇଁ ବହୁ ଦିନରୁ ଦାବୀ ରହିଥିବା ବେଳେ ଆଜି ରାଜ୍ୟ ସରକାର ସେମାନଙ୍କ ଦାବୀକୁ ପୂରଣ କରିଛନ୍ତି । ଦିନକୁ ଦିନ ବଜାରରେ ପ୍ରତେକ ଜିନିଷର ଦାମ ଚାହିଦା ବଢୁଥିବା ବେଳେ ଶ୍ରମିକ ମାନଙ୍କ ମଜୁରୀ ମଧ୍ୟ ବଢିବା ନେଇ ଯୁକ୍ତି ଉଠିଥିଲା । ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବାପାଇଁ ରାଜ୍ୟ ସରକାର ସେମାନଙ୍କ ମଜୁରୀ ବଢାଇଥିବା ଜଣାପଡିଛି ।