ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲ ୨୦୧୮ର ବିଜୟନୀ ହୋଇଛନ୍ତି ଓଡିଆ ଝିଅ ପୁପୁଲ ଭୂଆଁ । ଗୁରୁଗ୍ରାମରେ ଆୟୋଜିତ ହୋଇଥିବା ଏହି ପ୍ରୋଗ୍ରାମରେ ପୁପୁଲଙ୍କୁ ପୁରସ୍କୃତ କରାଯାଇଛି ।
ଏହି ପ୍ରତିଯୋଗୀତାରେ ଭାଗନେଇଥିବା ୭୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ପୁପୁଲ ବିଜୟ ମୁକୁଟ ହାସଲ କରିବାରେ ବାଜି ମାରିନେଇଛନ୍ତି । ତାଙ୍କୁ ବଲିଉଡ୍ ନିର୍ଦ୍ଦେଶକ ରାକେଶ ଉପାଧାୟ ବିଜୟ ଟ୍ରଫି ଏବଂ ମେମେଣ୍ଟୋ ପ୍ରଦାନ କରିଥିଲେ । ଏହାସହିତ ତାଙ୍କୁ ଗୋଟେ ବର୍ଷ ପାଇଁ ମ୍ୟୁଜିକ ଭିଡିଓ ଏବଂ ଅଷ୍ଟ୍ରେଲିଆ ବୁଲିବାକୁ ଅଫର ମିଳିଛି । ଖୁବ୍ ଶୀଘ୍ର ସେ ବଲିଉଡ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ।
ଅପେରା ମିଡିଆ ଦ୍ୱାରା ପ୍ରସ୍ତୁତ ଏହି ବିୟୁଟି ପ୍ୟାଜେଣ୍ଟର ନିର୍ଦ୍ଦେଶକ ପୁନମ ଗୌର ଥିବା ବେଳେ ମେଣ୍ଟର ଥିଲେ ଅନୁଜ କୂଳଶ୍ରେଷ୍ଠା । ଏହାସହିତ କୃତି ପ୍ରତିଯୋଗୀଙ୍କୁ ବାଛିବା ପାଇଁ ପ୍ୟାନେଲିଷ୍ଟ ଥିଲେ ବଲିଉଡ ଅଭିନେତ୍ରୀ ନେହା ଧୂପିଆ, ରାକେଶ ଉପାଧାୟ, ସ୍ୱେଚ୍ଛ କୂଳଶ୍ରେଷ୍ଠା ଏବଂ ଅଙ୍କିତା ଶେଠୀ ।
ଜଣେ ମଡେଲର ରୁ ଆଙ୍କର ଏବଂ ଆଙ୍କର ରୁ ଓଲିଉଡ ଅଭିନେତ୍ରୀ ହେବା ପରେ ଏବେ ପୁଣି ଏକ ସଫଳତା ହାସଲ କରିଛନ୍ତି । ଦିନରାତି ଏକାଠି କରି ଅକ୍ଲାନ୍ତ ପରିଶ୍ରମ ହିଁ ଆଜି ପୁପୁଲଙ୍କୁ ସଫଳତାର ଶୀର୍ଷରେ ପହଁଚାଇ ପାରିଛି ।
ନିକଟରେ ରିଲିଜ୍ ହୋଇଥିବା ଓଲିଉଡ ଫିଲ୍ମ ‘ବ୍ଲାକମେଲ’ ର ଏକ ଗୀତ ବୋଉ ମାରିବ ରେ ପୁପୁଲଙ୍କୁ ହଟ୍ ଲୁକ୍ ରେ ଦେଖିବାକୁ ପାଇଥିଲେ ଦର୍ଶକ ।