ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆରପାରିକୁ ଚାଲି ଗଲେ ଓଡିଆ ସିନେ ଜଗତର ବରିଷ୍ଠ ଅଭିନେତା ରାଇମୋହନ । ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ତାଙ୍କ ବାସଭବନରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ତେବେ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନି ।
ଅନ୍ୟପଟେ ତାଙ୍କ ମୃତ୍ୟୁ ଖବର ସାରା ଓଲିଉଡକୁ ଦୋହଲେଇ ଦେଇଛି । ସ୍ତବ ହୋଇ ଯାଇଛି ଓଲିଉଡ ଇଣ୍ଡଷ୍ଟ୍ରୀ । ଯାହାଫଳରେ ଓଲିଉଡରେ ଏବେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
୧୯୮୫ ରେ ଥିଏଟରରୁ କ୍ୟାରିୟର ଆରମ୍ଭ କରିଥିବା ରାଇମୋହନ ପ୍ରାୟତଃ ୧୦୦ ଫିଲ୍ମରେ ଅଭିନୟ କରିଥିଲେ । ସିନେମା ହେଉ ଅବା ଯାତ୍ରା । ସବୁଠି ସେ ତାଙ୍କର ଛାପ ଛାଡି ଯାଇଛନ୍ତି । ତାଙ୍କର ଅଭିନୟ ଖୂବ୍ ନିଆରା । ଖଳ ନାୟକ ଭୂମିକାରେ ସେ ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିଥଲେ ।