ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଗତକାଲି ଆଇଏଏସ ଓ ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି । ୩ ଜଣ ଆଇଏଏସ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ବଦଳି କରିଛନ୍ତି । ଜଙ୍ଗଲ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ୧୯୮୯ ବ୍ୟାଚର ଆଇଏଏସ ଅଫିସର ପ୍ରଦୀପ କୁମାର ଜେନାଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ସେହିପରି କେନ୍ଦ୍ରୟ ଡେପୁଟେଶନରେ ଥିବା ପରାଗ ଗୁପ୍ତାଙ୍କୁ ମଧ୍ୟ ପଦୋନ୍ନତି ପ୍ରଦାନ କରାଯାଇଛି । ସେହିପରି ଆଇପିଏସ ସ୍ତରରେ ମଧ୍ୟ ଅଦଳବଦଳ କରାଯାଇଛି ।
ସୂଚନା ଅନୁସାରେ ୧୯୮୮ ବ୍ୟାଚର ଆଇପିଏସ ଅଫିସର ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଡିଜି ପଦବୀକୁ ପଦୋନ୍ନତି ଦିଆଯାଇଛି ଜେଲ ବିଭାଗର ଡିଜି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ୧୯୯୫ ବ୍ୟାଚର ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଅତିରିକ୍ତ ଡିଜି ଆଇନଶୃଙ୍ଖଳା ଭାବେ ଅବସ୍ଥାପିତ କରାଯାଇଛି । ୧୯୯୩ ବ୍ୟାଚର ଆଇପିଏସ ଅଫିସର ଆର.ପି କୋଚେଙ୍କୁ ରାଜ୍ୟ ସଶସ୍ତ୍ର ବାହିନୀର ଅତିରିକ୍ତ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି । ୨୦୦୬ ବ୍ୟାଚର ଆଇପିଏସ ଅଫିସର ଅନୁପ କୁମାର ସାହୁଙ୍କୁ କମିଶନରେଟ ପୋଲିସର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ସେହିଭଳି ୨୦୦୦ ବ୍ୟାଚର ଆଇପିଏସ ୱାଇ କୋୟେଲ ଆଇଜିଙ୍କୁ ପୋଲିସ ମୁଖ୍ୟାଳୟରେ ନିଯୁକ୍ତି ଦିଆଯାଇଛି । ଏନେଇ ଗତକାଲି ରାଜ୍ୟ ସରକାର ବିଜ୍ଞାପ୍ତି ପ୍ରକାଶ କରିଛନ୍ତି ।