ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ଡିସେମ୍ବର ୧ । ଡିସେମ୍ବର ପହିଲାରୁ ମୁଣ୍ଡରେ ହେଲମେଣ୍ଟ ନଥିଲେ ବା ଗାଡି କାଗଜ ପତ୍ର ଠିକ ନଥିଲେ ପ୍ରସ୍ତୁତ ହୋଇ ରହିଥାନ୍ତୁ ଦେବାକୁ ଜେରିମାନା । ତେଣୁ ହାତେ ମାପି ଚାଖଣ୍ଟେ ଚାଲିଲା ଭଳି ଗାଡି ଚଲାଇବା ପୂର୍ବରୁ ସବୁ ନିୟମକୁ ଭଲ ଭାବେ ମନେ ପକାଇ ନିୟମମାନୀ ଗାଡି ଚଳାଇବେ । ନହେଲେ ପ୍ରସ୍ତୁତ ହୋଇ ଯିବେ ମୋଟା ଆକାରର ଜୋରିମାନା ଦେବାପାଇ । ଏହିଭଳି କିଛି କଥା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ ପୁରୁଣା କଥାକୁ ମନେପକାଇ ଦେଇ କହିଛନ୍ତି ଜନସାଧାରଣମାନଙ୍କୁ ଟ୍ରାଫିକ ନିୟମରେ ତିନିମାସର ଯେଉଁ କୋହଳ ଦିଆଯାଇଥିଲା ତାହାର ସମୟକୁ ପୂରିବାକୁ ଆଉ ଅଳ୍ପ ଦିନ ବାକୀ ରହିଲା ।
ପୂର୍ବଥର ଟ୍ରାଫିକ ନିୟମକୁ ଅଚାନକ କଡାକଡି ଭାବରେ ଲାଗୁ କରିଦେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ମାତ୍ର ୨ଦିନ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଜୋରିମାନ ଆଦାୟ ହୋଇଥିଲା । ଯାହାକୁ ଦେଖି ସରକାର ନିୟମକୁ ସାମାନ୍ୟ କୋହଳ କରିଦେଇଥିଲେ । କୋହଳ ହୋଇଥିବା ସମୟ ସୀମାର ନଭେମ୍ବର ୩୧ ରହିଥିବା ବେଳେ ଡିସେମ୍ବର ୧ରୁ ଟ୍ରାଫିକ ନିୟମକୁ ପୁଣି କଡାକଡି ଭାବେ ପାଳନ କରାଯିବ । ତେଣୁ ସମସ୍ତେ ଏହା ପ୍ରତି ସଚେତନ ହେବା ସହ ସବୁ କାଗଜ ପତ୍ରକୁ ଠିକ କରି ନିୟମ ସବୁକୁ ମାନି ଚଳନ୍ତୁ ।