ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାସ୍ତା ଉପରେ ଛିଡା ହୋଇଥିବା ଟ୍ରକ ପଛରେ ପିଟିଲା ଆଉ ଏକ ଟ୍ରକ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ । ତେବେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଜାଆଁଳା ଛକ ନିକଟରେ । ଖବର ପାଇ ଅଗ୍ନିଶମ କର୍ମଚାରୀ ଆସି ମୃତ ଦେହକୁ ଉଦ୍ଧାର କରିଥିଲେ । ପରେ ପୋଲିସ ଆସି ମୃତ ଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି । ସେପଟେ ଡ୍ରାଇଭରଙ୍କ ପରିଚୟ ମିଳିବାରି ନାହିଁ । ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମି ରହିଛି । ଭୋର ସମୟରେ ଘନ କୁହୁଡି ପାଇଁ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି ।
ଘନ କୁହୁଡି ପାଇଁ ବାରମ୍ବାର ଦୁର୍ଘଟଣା ହେଉଛି ଗୋଟିଏ ପରେ ଗୋଟିଏ ଗାଡି । ସୋମବାର ଏହି କୁହୁଡି ପାଇଁ କେନ୍ଦ୍ରାପଡାରେ ୪ ଜଣଙ୍କର ଜୀବନ ଯାଇଥିବା ବେଳେ ଆଉ ୫ ଜଣ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ତେବେ ଜନ ସାଧାରଣଙ୍କ ବାରମ୍ବାର ମନା କରିବା ସତ୍ତେ୍ୱ କୁହୁଡି ସମୟରେ ଗାଡି ଚଳାଚଳ କରୁଛନ୍ତି । ଏବଂ ଦ୍ରୃତ ଗତିରେ ଯିବା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ।