ପୁରୀ(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହାରି ଭିତରେ କରୋନା ୧୨ ଜଣଙ୍କର ଜୀବନ ନେଇ ସାରିଲାଣି । ଆଜି ରାଜ୍ୟରେ ଆଉ ଏକ ମୁଣ୍ଡ ନେଇଛି କରୋନା ।
Regret to report the death of a 60-year old Covid positive Male of Puri district, while under treatment at hospital.
He was also suffering for long from Chronic Obstructive Pulmonary Disease.
— H & FW Dept Odisha (@HFWOdisha) June 20, 2020
ପୁରୀ ଜିଲ୍ଲାରେ ଜଣେ ୬୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬ କୁ ବୃଦ୍ଧି ପାଇଛି । ସେଥିରୁ ୩୨୯୭ ଜଣ ସୁସ୍ଥ ହୋଇ ସାରିଲେଣି । ୧୫୪୩ ଟି ସକ୍ରିୟ ମାମଲା ରହିଛି ।