ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚିନ୍ତା ବଢାଉଛି କରୋନା । ପୁଣି ରାଜଧାନୀ ଭୁବନେଶ୍ୱରରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରର ୟୁନିଟ୍ ୪ ମଧୁସୂଧନ ନଗରରୁ ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଛି । ସେ ଜଣେ ୪୫ ବର୍ଷୀୟ ବ୍ୟକ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଜାରି କରାଯାଇଛି ।
One more Covid 19 positive case in Bhubaneswar.
Male, 45 years, Madhusudan Nagar, Unit IV— H & FW Dept Odisha (@HFWOdisha) April 7, 2020
ରାଜ୍ୟରେ କାୟା ମେଲାଇବାରେ ଲାଗିଛି ମାରାତ୍ମକ ଭାଇରାସ କରୋନା । ଯାହା ଥମିବାର ନା ଧରୁନି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଛୁଇଁଲାଣି । ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।