ଭଦ୍ରକ ( ଏଟିଆର ବ୍ୟୁରୋ): ଆଜି ଭଦ୍ରକରେ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ୱେବ ସାଇଟରେ ତଥ୍ୟ ପ୍ରକାଶ ପାଇଛି । ସୂଚନା ଅନୁସାରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ଭଦ୍ରକ ଜିଲ୍ଲାର । ତାଙ୍କର ବୟସ ୪୦ ବର୍ଷ ରହିଛି । ସେ ମଧ୍ୟ ଏଇ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ରହିଛି । ତେବେ ଏହି ଚିିହ୍ନଟ ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯୦ ରେ ପଞ୍ଚହଞ୍ଚିଛି ।
First Health Update, 24th April, 2020 #Covid19
One New Positive case in Bhadrak
40 Years Male.
(West Bengal Returnee)Contact tracing and followup action is being done.
Total no of Positive Cases: 90
— I & PR Department, Odisha (@IPR_Odisha) April 24, 2020
ଏବେ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଏବେ ରାଜ୍ୟରେ ମୋଟ ୫୬ ଟି କେସ ଆକ୍ଟିଭ ରହିଥିବା ବେଳେ ୩୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ଅନ୍ୟପଟେ ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ତିନି ଜିଲ୍ଲା ଗତକାଲି ରାତି ୧୦ ଟା ବେଳ ଠାରୁ ଆସନ୍ତା ୬୦ ଘଣ୍ଟା ପାଇଁ ସଟ ଡାଉନ କରାଯାଇଛି ।