ରାୟଗଡା ( ଏଟିଆର ବ୍ୟୁରୋ): କ୍ରିକେଟ ବେଟିଂ ଚାଲିଥିଲା ବେଳେ ରାୟଗଡା ପୋଲିସ କଲା ଚଢାଉ । ୫ ଜଣଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ଫୋନ, ଲାପଟପ ଜବତ କରିଛି । ସୂଚନା ଅନୁସାରେ ଗତକାଲି ଲକ୍ଷ୍ମୀ ନରାୟଣ ଷ୍ଟିଟରେ ଏକ ଘରେ ଅନଲାଇନ କ୍ରିକେଟ ବେଟିଂ ଚାଲୁଥିବା ନେଇ ପୋଲିସକୁ ଏକ ବିଶେଷ ସୂତ୍ରରୁ ଖବର ମିଳିବା ପରେ ପୋଲିସ ବେଟିଂ ଚାଲୁଥିବା ଘରେ ଅଚାନକ ଚଢାଉ କରିଥିଲା ।
ସେଠାରୁ ପୋଲିସ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ପୋଲିସ ସେମାନଙ୍କ ନିକଟରୁ ନଗଦ ୩ ଲକ୍ଷ ୮୭ ହଜାର ଟଙ୍କା୩ ଟି ବାଇକ,୫ ଟି ଏଟିଏମ କାର୍ଡ,, ୬ ଟି ମୋବାଇଲ ଓ୩ଟି ଡାଏରୀ ଜବତ କରିଛି। ଏହି କାରବାର ଅନଲାଇନ ଓ ଫୋନ ପେ ମାଧ୍ୟମରେ ଚାଲୁଥିବା ଜଣାଡିଛି । ବିଶେଷ କରି କଲେଜ ଛାତ୍ରଛାତ୍ରୀ ମାନେ ଏଥିରେ ବେଶି ଭାଗ ନେଉଥିଲେ ।
ଗତ ଏକ ବର୍ଷ ହେଲା ଏହି କାରବାର ଚାଲୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିରେ ଆଉକିଛି ବଡବଡ ପ୍ରଭାବଶାଳୀ ଲୋକଙ୍କ ସମ୍ପୃକତ୍ତ ଥିବା ସନ୍ଦେହ କରାଯାଉଛି । ଏ ନେଇ ରାୟଗଡା ଥାନା ଅଧିକାରୀ ସାମ୍ବାଦିକ ସମ୍ମଳିନୀରେ ସୂଚନା ଦେଇଛନ୍ତି।