ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ଅନଲାଇନ୍ ରେ ଅଡର କରିପାରିବେ ମଦ । ଏନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ମଦ ଦୋକାନରୁ ଭିଡକୁ ଏଡାଇବା ପାଇଁ ମଦ ହୋମ ଡେଲିଭରି କରିବାକୁ ନିଷ୍ପତି ନେଇଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନ୍ କୁ ଛାଡି ସବୁ ଜୋନ୍ ମଦ ହୋମ ଡେଲିଭରି କରିହେବ । ଉଭୟ ଅନ୍ ଏବଂ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନି ମଦ ହୋମ ଡେଲିଭରୀ କରିପାରିବେ ।
ମଦ ହୋମ୍ ଡେଲିଭରି ପାଇଁ ଜୋମାଟୋ ଏବଂ ସ୍ୱିଗିକୁ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଅନୁମତି ମିଳିଛି । ସେହିଅନୁଯାୟୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀରେ ଜୋମାଟୋ ହୋମ ଡେଲିଭରି କରିବ । ଅନ୍ୟପଟେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ରେ ସ୍ୱିଗି ମଦର ହୋମ ଡେଲିଭରି କରିବ ।
ତେବେ ଓଡିଶାରେ ମଦ ଦୋକାନ କେବେ କୋଲିବ ସେନେଇ ଦ୍ୱନ୍ଦରେ ରହିଥିଲେ ଗ୍ରାହକ ମାନେ । ତେବେ ଆଜିଠୁ ରାଜ୍ୟରେ ମଦର ହୋମ୍ ଡେଲିଭରି ହେବ । କଣ୍ଟେନମେଣ୍ଟ ଜୋନ୍ ଓ ସପିଂ ମଲ୍ରେ ଏହି ସୁବିଧା ମିଳିବ ନାହିଁ। ବିଦେଶୀ ମଦ, ବିୟର ଉପରେ ସ୍ପେଶାଲ କୋଭିଡ୍ ଫି ଲାଗିବ। ଅର୍ଥାତ ଏମଆରପି ଉପରେ ୫୦ ପ୍ରତିଶତ ଅଧିକ ଫି ଦେବାକୁ ପଡିବ। ଉଭୟ ଖାଦ୍ୟ ଡେଲିଭରି କରୁଥିବା ସଂସ୍ଥା ଓ ମଦ ଦୋକାନୀମାନେ ନିଜ ହିସାବରେ ପିଲା ରଖି ଘରେ ମଦ ପହଞ୍ଚାଇ ପାରିବେ ବୋଲି ସୂଚନା ମିଳିଛି। ସର୍ବନିମ୍ନ ୫୦୦ ଟଙ୍କାର ମଦ କିଣିଲେ ଏଥିପାଇଁ ୫୦ ଟଙ୍କାର ସର୍ଭିସ୍ ଚାର୍ଜ ବା ଡେଲିଭରି ଚାର୍ଜ ଦେବାକୁ ପଡ଼ିପାରେ। ଜଣେ ଗ୍ରାହକ ସର୍ବାଧିକ ୫ ଲିଟର ବିୟର ଓ ସର୍ବାଧିକ ଅଢ଼େଇ ଲିଟର ମଦ ପାଇଁ ଅର୍ଡର ଦେଇପାରିବେ ବୋଲି ପ୍ରସ୍ତାବ ରହିଛି। ହୋମ୍ ଡେଲିଭରି କରିବାର ସମୟ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଭିତରେ ହେବ। ଅର୍ଡର ହେବାର ଛଅ ଘଣ୍ଟା ଭିତରେ ମଦ ଗ୍ରାହକଙ୍କ ପାଖରେ ଡେଲିଭର ହୋଇଯିବ।