ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଂଗ୍ରେସ ମୁସଲମାନଙ୍କୁ ପଚାରି ସରକାର କରୁଛି । କଂଗ୍ରେସ ସବୁ ଲୋକଙ୍କ ଦଳ ନୁହେଁ ବରଂ ମୁସଲିମ ଲିଗ ଦଳ । ଅନ୍ୟ ଧର୍ମକୁ ଗ୍ରହଣ କରିପାରେନି କଂଗ୍ରେସ । ଆଜି ଏମିତି କିଛି କହିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ସେ କହିଛନ୍ତି କଂଗ୍ରେସ ମୁସଲମାନଙ୍କୁ ପଚାରି ମହାରାଷ୍ଟ୍ରରେ ସରକାର କରିଛି ।
ହିନ୍ଦୁ ମାନଙ୍କୁ ଗାଳି ଦେଉଛି କଂଗ୍ରେସ । ସେ କହିଛନ୍ତି ଏଇ ନିକଟରେ ଅଶୋକ ଚୌହାନ କହିଛନ୍ତି ମୁସଲମାନ ଭାଇମାନଙ୍କ କହିବା ଅନୁସାରେ ଶିବସେନାଙ୍କ ସହିତ ସରକାର କରିଥିଲେ । ମୁସଲମାନଙ୍କ କହିବା କଥା ବିଜେପି ମୁସଲମାନଙ୍କ ଶତୃ । ଯେଉଁଥିପାଇଁ କଂଗ୍ରେସ ଶିବସେନା ସହିତ ମିଶି ମହାରାଷ୍ଟ୍ରରେ ସରକାର କଲା । ଯାହାକୁ ନେଇ ଏବେ କଂଗ୍ରେସ ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।