ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅନେକ ସମୟରେ ସରକାରୀ ଚିକିତ୍ସାଳୟ ଗୁଡିକରେ ଡାକ୍ତର ଅଭାବ କାରଣରୁ ରୋଗୀମାନେ ବିଭିନ୍ନ ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳୁଛି । ହସ୍ପିଟାଲ ଗୁଡିକରେ ଆବଶ୍ୟକୀୟ ସଂଖ୍ୟାକ ଡାକ୍ତର ନିଯୁକ୍ତି ଦେବା ପାଇଁ ବାରମ୍ବାର ପ୍ରତିବାଦ ମଧ୍ୟ କରାଯାଉଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ୫ଟି ଅଧିନକୁ ସ୍ୱାସ୍ଥ୍ୟ ବିଭାଗ ଆସିବା ଦିନଠାରୁ ସଚିବ ଅଚାନକ ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରି ସମସ୍ତଙ୍କୁ ତାଗିତ କରିବା ସହ ରୋଗୀମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝୁଥିବା ଦେଖିବାକୁ ମିଳୁଛି ।
ତେବେ ଏହି ପରିଦର୍ଶନ ସମୟରେ ଡାକ୍ତରଖାନା ଗୁଡିକରେ ଅବଶ୍ୟକ ସଂଖ୍ୟକ ଡାକ୍ତରଙ୍କ ଅଭାବ ଥିବା ଦେଖି ରାଜ୍ୟ ସରକାର ଡାକ୍ତରଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ୧୪୦୩ଜଣ ଡାକ୍ତର ନିଯୁକ୍ତି ପାଇଁ ଓଡିଶା ପବ୍ଲିକ ସର୍ଭିସ କମିସନ (ଏପିଏସସି) ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଜ୍ଞପ୍ତିରେ ମେଡିକାଲ ଅଫିସର (ଆସିଷ୍ଟାଣ୍ଟ ସର୍ଜନ) ଭାବେ ନିଯୁକ୍ତି ଦିଆଯିବା ନେଇ କୁହାଯାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ମେରିଟ ଭିତ୍ତିରେ ତାଲିକା ପ୍ରକାଶ ପାଇଛି । ହେଲେ ଏ ସଂକ୍ରାନ୍ତୀୟ ନିଯୁକ୍ତି ହାଇକୋର୍ଟରେ ଚାଲିଥିବା ମାମଲା ଉପରେ ନିର୍ଭର କରେ। ଏନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି।