ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପ୍ରସିଦ୍ଧ ହଲିଉଡ ଅଭିନେତା କ୍ରିଷ୍ଟୋଫର ପ୍ଲମରଙ୍କ ୯୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । କ୍ରିଷ୍ଟୋଫରଙ୍କ ନିଧନ କନେକ୍ଟିକଟ ସ୍ଥିତ ନିଜ ବାସଭବନରେ ହୋଇଛି । କ୍ରିଷ୍ଟୋଫର ଶେଷ ନିଶ୍ୱାସ ତ୍ୟାଗ କଲାବେଳେ ତାଙ୍କ ଧର୍ମପତ୍ନୀ ୫୩ ବର୍ଷୀୟ ଏଲେନ ଟେଲର ଉପସ୍ଥିତ ଥିଲେ ।
୧୯୫୮ରେ ଷ୍ଟେଜ୍ ନାମକ ଫିଲ୍ମରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ ଅନେକ ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଥଲେ । ଦ ରିଟର୍ଣ୍ଣ ଅଫ୍ ପିଙ୍କ୍ ପାନ୍ଥର, ଏ ବିୟ୍ୟୁଟିଫୁଲ ମାଇଣ୍ଡ, ମର୍ଡର ବାୟ ଡିକ୍ରି, ନାଇଫ୍ ଆଉଟ୍ ଫିଲ୍ମ ସାମିଲ ରହିଛି । କ୍ରିଷ୍ଟୋଫର ପ୍ଲମର ‘ଦ ଲାଷ୍ଟ ଷ୍ଟେସନ’ରେ ଲିୟୋ ଟୋଲଷ୍ଟୟଙ୍କ ଭୂମିକା ପାଇଁ ୨୦୧୦ରେ ଓସ୍କାର ମନୋନୀତ ହୋଇଥିଲେ ।
ଦୁଇ ବର୍ଷ ପରେ ଅଭିନେତା ଫିଲ୍ମ ବିଗିନରରେ ଶ୍ରେଷ୍ଠ ସହ ଅଭିନେତା ପାଇଁ ଏକାଡେମୀ ପୁରସ୍କାର ଅଥବା ଓକ୍ସାର ଜିତିଥିଲେ । ତାଙ୍କୁ ସେତେବେଳେ ୮୨ ବର୍ଷ ବୟସ ହୋଇଥିଲା । ଓସ୍କାର ବ୍ୟତୀତ ସେ ବାଫଟା ଏବଂ SAGପୁରସ୍କାର, ଗୋଲଡେନ୍ ଗ୍ଲୋବ ପୁରସ୍କାର, ଦୁଇଟି ଟୋନି ଏବଂ ଦୁଇଟି ଏମି ପୁରସ୍କାର ମଧ୍ୟ ଜିତିଥିଲେ ।