ନୂଆପଡା(ଏଟିଆର ବ୍ୟୁରୋ): ନୂଆପଡା ଜିଲ୍ଲାରେ ମାଓବାଦୀ ହତ୍ୟା କରିଥିବା ୮ ପରିବାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।
ଏହି ଟଙ୍କାକୁ ପରିବାର ଲୋକଙ୍କ ଆକାଉଣ୍ଟରେ ଜମା କରାଯାଇଛି । କିନ୍ତୁ ସେମାନେ ଏହି ଟଙ୍କାକୁ ତିନି ବର୍ଷ ପର୍ଯ୍ୟନ୍ତ ଉଠାଇ ପାରିବେ ନାହିଁ । ୩ବର୍ଷ ଭିତରେ କେବଳ ଜରୁରୀ ପରିସ୍ଥିତି ରେ ଚିକିତ୍ସା ପାଇଁ, ଝିଅ ବାହାଘର ପାଇଁ କିମ୍ବା ପାଠପଢା ପାଇଁ ଜିଲ୍ଲାପାଳଙ୍କ ଅନୁମତିରେ ଉଠାଇ ପାରିବେ ।
ତେବେ ସହାୟତା ରାଶି ପ୍ରଦାନ କରାଯିବା ପାଇଁ ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଏଥିରେ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସାହୁ, ନୂଆପଡା ଏସପି ବିନୀତ ଅଗ୍ରୱାଲ ଓ ନୂଆପଡା ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲ ପ୍ରମୁଖ ଉପସ୍ଥିତ ରହି ପରିବାର ଲୋକ ମାନଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ ।