ଭୁବନେଶ୍ୱର (ଏଟିଆର ବ୍ୟୁରୋ) :ବିଶ୍ୱସ୍ତରୀୟ ସମ୍ମାନଜନକ ପୁରୀ ବେଳା ଭୂମିରେ ଓଡ଼ିଶା ପର୍ଯ୍ୟାଟନ ଓଟିଡ଼ିସି ପକ୍ଷରୁ କ୍ୟାଫେଟେରିଆ ଲୋକାର୍ପିତ ହୋଇଛି । ଓଟିଡ଼ିସି ର ଅଧ୍ଧକ୍ଷା ଶ୍ରାମୟୀ ମିଶ୍ର ଏହାର ଉଦଘାଟନ କରିଛନ୍ତି ।ଏହି କ୍ୟାଫେଟେରିଆରେ ଭଳି କି ଭଳି ଶୁସ୍ୱାଦୁ ସାମୁଦ୍ରିକ ଖାଦ୍ୟର ମଜା ନେବେ ପର୍ଯ୍ୟଟକ । ଏଠାରେ ପର୍ଯ୍ୟଟକ ମାନେ ମଧ୍ୟ ନିଜ ପସନ୍ଦ ମୁତାବକ ଖାଦ୍ୟ ଖାଇବା ପାଇଁ ବରାଦ କରିପାରିବେ । ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ଓଡ଼ିଆ ଘର ଶୈଳୀର ଅଭିଜ୍ଞ ରୋଷେୟା ବାଢିବେ ଖାଦ୍ୟ ପରେ ଖାଦ୍ୟ । ବିଶେଷକରି ଏଠାରେ ବାଲିପ୍ରନ, ଫିସ୍ଫିଙ୍ଗର , ଗୋଲଡ଼େନ ଫ୍ରାଏପ୍ରନ , ହକା ନୁଡ଼ୁଲ୍ସ , ଭେଜ ପକୋଡ଼ା , ପନିର ପକୋଡ଼ା ସହିତ ଚା କଫି ଆଦି ସୁଲଭ ମୂଲ୍ୟରେ ମିଳିବ ।
ଶ୍ରୀମତି ମିଶ୍ର ଏହାକୁ ଲୋକାର୍ପଣ କରିବା ସହ ଖୁବଶୀଘ୍ର ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରିଛନ୍ତି । ଏହା ସହିତ ଏହି କାଫେଟେରିଆ ପର୍ଯ୍ୟଟକଙ୍କୁ ପୁରୀ ବେଳାଭୂମି ଉପଭୋଗ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ପାଇଁ ପୁରୀ ବେଳାଭୂମି କୁ ବ୍ଲୁ ଫ୍ଲାଗ ର ମାନ୍ୟତା ମିଳିପାରିଛି । ଏବଂ ପ୍ରଶାସନର ଉଦ୍ୟମ ପାଇଁ ଏଭଳି ବେଳାଭୂମି ହୋଇପାରିଛି ।